ଖେଳ

ବିଶ୍ୱ ମହିଳା ବକ୍ସିଂ ଚାମ୍ପିଅନସିପ୍‌ର ସେମିଫାଇନାଲରେ ମ୍ୟାରି କମ୍

mary kom

ଅର୍ଗସ ବ୍ୟୁରୋ: ରୁଷିଆର ଉଲାନ ଉଦେରେ ଚାଲିଥିବା  ବିଶ୍ବ ମହିଳା ବକ୍ସିଂ ଚାମ୍ପିଅନସିପ୍‌ରେ ଗୁରୁବାର ଦିନ  ୫୧ କେଜି ବର୍ଗର ସେମିଫାଇନାଲରେ ଭାରତର ମ୍ୟାରି କମ୍ ପ୍ରବେଶ କରିଛନ୍ତି । କ୍ବାର୍ଟରରେ କଲମ୍ବିଆର ଇନ୍‌ଗ୍ରିଟ୍‌ ଭାଲେନ୍‌ସିଆଙ୍କ ୫-୦ରେ ହରାଇ ସୁପରମମ୍‌  ମ୍ୟାରି କମ୍ ସେମୀ ଫାଇନାଲ୍‌ରେ  ସ୍ଥାନ ସଂରକ୍ଷିତ କରିଛନ୍ତି  ।

ଏଥିସହିତ ବିଶ୍ବ ମହିଳା ବକ୍ସିଂ ଚାମ୍ପିଅନସିପ୍‌ରେ ମ୍ୟାରି କମ୍  ନିଜର ଅଷ୍ଟମ ମେଡାଲ ସୁନିଶ୍ଚିତ କରିଛନ୍ତି । 36 ବର୍ଷୀୟା ମ୍ୟାରି କମ୍‌ ବିଶ୍ବ ମହିଳା ବକ୍ସିଂ ଚାମ୍ପିଅନସିପ୍‌ରେ ସର୍ବାଧିକ ଅଷ୍ଟମ ମେଡାଲ ଜିତିବାର ଗୌରବ ଅର୍ଜନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top