ନ୍ୟୁଜ୍

ମେକ୍ସିକୋରେ 7.5 ତୀବ୍ରତାର ଭୂମିକମ୍ପ, 45 ମିନିଟ୍ ମଧ୍ୟରେ ଲାଗିଲା 140ଟି ଝଟକା

ଅର୍ଗସ ବ୍ୟୁରୋ : ମେକ୍ସିକୋରେ ରିକ୍ଟର ସ୍କେଲର 7.5 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ପ୍ରାୟ 5 ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ବହୁ ଘରଦ୍ଵାର ଭାଙ୍ଗି ଯାଇଛି। ଫଳରେ ଲୋକମାନେ ରାସ୍ତାକୁ ଆସିଯାଇଛନ୍ତି। କେବଳ ସେତିକି ନୁହେଁ ଏବେ ମହାମାରୀ କରୋନା ସଙ୍କଟ ମଧ୍ୟରେ ହସ୍ପିଟାଲ କୋଠା ଭାଙ୍ଗି ଯାଇଥିବାରୁ ଉଭୟ ଡାକ୍ତର ଓ ରୋଗୀ ବାହାରେ ରହୁଛନ୍ତି। ଭୂମିକମ୍ପ ପ୍ରକୋପରେ ମେକ୍ସିକୋର ସମୁଦ୍ର ସ୍ଥିତ ତୈଳ ବିଶୋଧନଗାରରେ ନିଆଁ ଲାଗିଯାଇଛି। ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

ମେକ୍ସିକୋର ରାଷ୍ଟ୍ରପତି ଆନ୍ଦ୍ରେ ମ୍ୟାନୁଆଲ ଲୋପେଜ ଏନେଇ କହିଛନ୍ତି ଯେ, ଭୂମିକମ୍ପ ଆସିବା ପରେ ପ୍ରାୟ 140 ଝଟକା ଅନୁଭୂତ ହୋଇଥିଲା। ଦେଶର ଚର୍ଚ୍ଚ, ବ୍ରିଜ୍, ରାସ୍ତା, ଏବଂ ପୁରୁଣା କୋଠା ସବୁ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ପରେ ମେକ୍ସିକୋବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସୂଚନାନୁଯାୟୀ, ମେକ୍ସିକୋରେ ସ୍ଥାନୀୟ ସମୟାନୁସାରେ 10ଟା 29ରେ ପ୍ରଥମ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାପରେ 45 ମିନିଟ ଯାଏଁ ମେକ୍ସିକୋ ଥରୁଥିଲା। 45 ମିନିଟ୍ ମଧ୍ୟରେ ପ୍ରାୟ 140ଟି ଝଟକା ଲାଗିଥିବା ରେକର୍ଡ କରାଯାଇଛି। ମେକ୍ସିକୋର ଓକ୍ସାକା ସହର ଭୂମିକମ୍ପର କେନ୍ଦ୍ରସ୍ଥଳୀ ବୋଲି କୁହାଯାଉଛି। ଏହାର ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକ ଭୂମିକମ୍ପ ଜୋନରେ ଆସୁଛି। ଗତ 35 ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ରିକ୍ଟର ସ୍କେଲର 7 କିମ୍ବା ତାଠାରୁ ଅଧିକ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇସାରିଛି। ଦେଖିବାକୁ ଗଲେ ଏଯାଏଁ ଭୂମିକମ୍ପରେ ଏଠାରେ 10 ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top