ଦେଶ

କଶ୍ମୀରର ବଡଗାମ୍‌ରେ ବାୟୁସେନାର ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ, ପାକିସ୍ତାନ କହିଲା ‘ଆମେ ଖସାଇଛୁ’

crash

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀରର ବଡଗାମରୁ ସାତ କିଲୋମିଟର ଦୂର ଗୋରେଦ ଗାଁରେ ମିଗ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣା ପରେ ବିମାନଟି ଗାଁ ଭିତରେ ଥିବା କ୍ଷେତରେ ପଡିଥିଲା ଏବଂ ଏଥିରେ ନିଆଁ ଲାଗିଥିଲା । ଦୁର୍ଘଟଣାରେ ଦୁଇଜଣ ପାଇଲଟ୍‌ ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ବିମାନଟି ଶ୍ରୀନଗର ଏୟାରବେସରୁ ଉଡାଣ ଭରିଥିଲା । କଶ୍ମୀରରେ ବିମାନ ପାଟ୍ରୋଲିଂ ସମୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ତେବେ ଏହି ବିମାନ ଦୁର୍ଘଟଣା ପାଇଁ ପାକିସ୍ତାନ ନିଜକୁ ଦାୟୀ କରିଛି । ଏବଂ କହିଛି ଗୋଟିଏ ନୁହେଁ ଭାରତର ଦୁଇଟି ବିମାନକୁ ଖସାଯାଇଛି । ଗୋଟିଏ ବିମାନ କଶ୍ମୀରରେ ଖସିଥିବା ବେଳେ ଅନ୍ୟଟି ପିଓକେରେ ଖସିଥିବା ପାକ୍ ପକ୍ଷରୁ କୁହାଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବିମାନଟି ତଳେ ପଡିବାର କିଛି ସମୟ ପରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା ଏବଂ ନଷ୍ଟ ହୋଇଯାଇଥିଲା । ଏହାପରେ ଏଥିରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚିଛନ୍ତି ।

ଏବେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ରହିଛି । ଏହି 20 ଦିନ ମଧ୍ୟରେ ଭାରତର 5ଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top