ଦେଶ

ସ୍ୱାଧୀନତା ଦିବସ ଅବସରରେ ଗୃହ ମନ୍ତ୍ରଣାଳୟ ତରଫରୁ ଗ୍ୟାଲେଣ୍ଟ୍ରି ପୁରସ୍କାର ତାଲିକା ପ୍ରକାଶ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ପୋଲିସ ଅଧିକାରୀଙ୍କୁ ଦିଆଯିବାକୁ ଥିବା ଗ୍ୟାଲେଣ୍ଟ୍ରି ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ବିଜେତା ତାଲିକା ମଧ୍ୟ ପ୍ରକାଶ କରିଛି। ତଦନୁସାରେ, ଗ୍ୟାଲେଣ୍ଟ୍ରି ପାଇଁ ପୋଲିସ ପଦକ ପାଇଁ ସମୁଦାୟ 215 ଜଣ କର୍ମଚାରୀଙ୍କୁ ମନୋନୀତ କରାଯାଇଛି  । ସ୍ୱତନ୍ତ୍ର ସେବା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ ପଦକ ପାଇଁ 80 ଜଣଙ୍କୁ ମନୋନୀତ କରାଯାଇଛି । ଏଥି ସହିତ, 631 ଜଣଙ୍କୁ ସମ୍ମାନଜନକ ସେବା ପାଇଁ ପଦକ ପାଇଁ ଚୟନ କରାଯାଇଛି  ।  ସେହିପରି ଓଡିଶା ରାଜ୍ୟର ୧୪ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ଲାଗି ମିଳିବ  ପଦକ   । ଦୁଇ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଲାଗି ମନୋନୀତ କରାଯାଇଥିବାବେଳେ ଅନ୍ୟ ୧୨ ଜଣଙ୍କୁ ପୁଲିସ ପଦକ ଲାଗି ମନୋନୀତ କରାଯାଇଛି।  ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top