ଜୀବନ ମନ୍ତ୍ର

ଗାଇଡଲାଇନ୍‌ ମାନି ପରୀକ୍ଷା କରିବାକୁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ: ପରୀକ୍ଷା ପାଇଁ କେନ୍ଦ୍ର ଦେଲା ଅନୁମତି । ଫାଇନାଲ ପରୀକ୍ଷା ନିଶ୍ଚିତ ଭାବେ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେଇଛି । ଦେଶର ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ପରୀକ୍ଷା ପାଇଁ ଅନୁମତି ମିଳିଛି । ତେବେ ୟୁଜିସି ଗାଇଡଲାଇନ୍‌ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏସଓପି ମାନି  ପରୀକ୍ଷା କରିବାକୁ କୁହାଯାଇଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ କେନ୍ଦ୍ର ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖିଛି ।

କରୋନା ପାଇଁ ବିଭିନ୍ନ ପରୀକ୍ଷା ତାରିଖ ଘୁଞ୍ଚିଥିବା ବେଳେ ବାତିଲ ମଧ୍ୟ ହୋଇଥିଲା । ଏହାସହ ବିଭିନ୍ନ ପ୍ରବେଶିକା ପରୀକ୍ଷା ମଧ୍ୟ ସ୍ଥଗିତ ହୋଇଥିଲା । ନିକଟରେ ଜେଇଇ ଓ ନିଟ୍‌ ପରୀକ୍ଷା ସେପ୍ଟେମ୍ବରକୁ ଘୁଞ୍ଚାଇ ଦେଇଥିଲେ ସରକାର ।

କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଫାଇନାଲ ପରୀକ୍ଷାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଦେଖାଦେଇଥିଲା । ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଅନଲାଇନ୍‌ରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ ସୁଦ୍ଧା ବିଦ୍ୟାର୍ଥୀ ଅସନ୍ତୋଷ ପ୍ରକାଶ କରିଥିଲେ । ରାଜ୍ୟରେ +2ର ବାକି ଥିବା ପରୀକ୍ଷା ସିବିଏସଇ ପରୀକ୍ଷା ଭଳି ବାତିଲ କରିଦିଆଯାଇଛି ।

ଏବେ ନିଶ୍ଚିତ ଭାବେ ଫାଇନାଲ ପରୀକ୍ଷା କରିବାକୁ କେନ୍ଦ୍ର ଅନୁମତି ଦେଇଛି । ଏହାପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ୍‌ ମାନି ପରୀକ୍ଷା ହେବ । ତେବେ ପୂର୍ବରୁ ବହୁ ଶିକ୍ଷାନୁଷ୍ଠାନ କଟକଣା ସହ ପରୀକ୍ଷା କରାଇବାକୁ ଅନୁମତି ଦେବାକୁ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରିଥିଲେ  । ତେବେ ସୁରକ୍ଷା ଓ ଉନ୍ନତ ଶିକ୍ଷାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ଆଜି ଏଭଳି ଏକ ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top