ଅପରାଧ

କେବେ ଥମିବ ଲଜ୍ଜା ? ଆଳି ଅଞ୍ଚଳରେ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

rape

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଂଚଳରେ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି । ଗତ ୬ ତାରିଖ ରାତିରେ ଝିଅଟି ବାହାରକୁ ଉଠିଥିବା ବେଳେ ୨ଜଣ ଯୁବକ ଛୁରୀ ଦେଖାଇ ଟେକି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ ।

ଦୁଷ୍କର୍ମ ପରେ ୨ଜଣ ଯୁବକ ଘର ପାଖରେ ଫୋପାଡ଼ି ଦେଇ ଚାଲିଯାଇଥିଲେ । ଘର ଲୋକେ ଖୋଜାଖୋଜି କରିବା ପରେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ପାଇଥିଲେ  । ଏହି ଘଟଣାକୁ ଗାଁର କିଛି ଲୋକ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ଛାତ୍ରୀଙ୍କ ପରିବାର ଲୋକେ ରାଜି ନହେବାରୁ ଯୁବକଙ୍କ ଘର ଲୋକେ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି ।

ଏନେଇ ଛାତ୍ରୀଙ୍କ ପରିବାର ଲୋକେ ଆଳି ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିବା ସହ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି  । ଜିଲ୍ଲା ଚିକିତ୍ସାଳୟରେ ଛାତ୍ରୀଙ୍କ ଚିକିତ୍ସା ହେଉଥିବା ମଧ୍ୟ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top