ଅପରାଧ

କମ୍ପାଉଣ୍ଡରଙ୍କ ଇଂଜେକସନ୍‌ ନେଲା ନାବାଳିକାର ଜୀବନ !

ବାସୁଦେବପୁର: କମ୍ପାଉଣ୍ଡରଙ୍କ ଇଂଜେକସନରେ ଗଲା 13 ବର୍ଷ ବାଳିକାର ଜୀବନ । ଏପରି ଅଭିଯୋଗ ଆସିଛି ବାସୁଦେବପୁର ବ୍ଲକ ଇରମରୁ । ମୃତ ବାଳିକା ବାଲେଶ୍ୱର ଜିଲ୍ଲା ସିମୁଳିଆ ଅନ୍ତରା ଗାଁର  ପ୍ରଭାକର ବେହେରାଙ୍କ ଝିଅ ପ୍ରିୟଙ୍କା ।

ପ୍ରିୟଙ୍କା ଛୋଟ ବେଳୁ ତାର ବାସୁଦେବପୁର ଥାନା ଇରମ ସ୍ଥିତ ମାମୁ ଘରେ ରହି ପାଠ ପଢୁଥିଲା । ପ୍ରିୟଙ୍କାକୁ ଅତ୍ୟଧିକ ଥଣ୍ଡା ହେଇଥିବାରୁ ଆଜି ଅଜା ତାକୁ ଇରମ ବଜାରରେ  ପ୍ରାଇଭେଟ କ୍ଲିନିକ କରିଥିବା  ହରି ମଳିକଙ୍କ ନିକଟକୁ ନେଇଥିଲେ । ସେଠାରେ କମ୍ପାଉଣ୍ଡର ଜଣକ ଗୋଟିଏ ଇଂଜେକସନ ଦେବା ପରେ ବାଲିକାଟି ହଠାତ ପାଟିରୁ ଫେଣ କାଢ଼ିବା ସହିତ ଗୁରୁତର ହେଇପଡିଥିଲେ ।

ତୁରନ୍ତ ପରିବାର ଲୋକ ବାସୁଦେବପୁର ମେଡିକାଲକୁ ନେଇଆସିଥିଲେ । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ବାଲିକାଟିର ମୃତ୍ୟୁ ପରେ ପରିବାର ଲୋକ କମ୍ପାଉଣ୍ଡରଙ୍କ ଇଂଜେକସନରେ ମୃତ୍ୟୁ ହେଇଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟରେ ସମ୍ପୃକ୍ତ କମ୍ପାଉଣ୍ଡର ଜଣକ ବଇଁଚା ମେଡିକାଲରେ କମ୍ପାଉଣ୍ଡର ଥିବା ଜଣାପଡିଥିବାବେଳେ ତାଙ୍କ ଘର ଇରମରେ ସେ ପ୍ରାଇଭେଟ କ୍ଲିନିକ କରିଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top