ନ୍ୟୁଜ୍

ଜଳଖିଆ ଦୋକାନ ଭିତରେ ନାବାଳିକାକୁ ଦୁଷ୍କର୍ମ

rape

ଜଗତସିଂହପୁର: ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ନୂଆଗାଁ ନୋଳିଆ ସାହିର ପ୍ରଫୁଲ୍ଲ ମହାନ୍ତି (75)ସେଇ ଗ୍ରାମର ଜଣେ ନାବାଳିକାକୁ ନିଜ ଜଳଖିଆ ଦୋକାନ ଭିତରେ ରଖି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଏନେଇ ଅଭୟଚାନ୍ଦପୁର ଥାନାରେ ନାବାଳିକାର ମା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ନାବାଳିକାର ସମ୍ପର୍କୀୟ ଦାଦା ବିଜୟ ବେହେରା ଯାଇ ଦୁଷ୍କର୍ମକାରି ପ୍ରଫୁଲ୍ଲ ମହାନ୍ତିଙ୍କୁ ପଚାରି ଥିଲେ । ଦୁଷ୍କର୍ମକାରି ପ୍ରଫୁଲ୍ଲ ପ୍ରଥମେ ଏକଥାକୁ ଅସ୍ବୀକାର କରିଲେ ମଧ୍ୟ ବିଜୟ ବେହେରା ଗ୍ରାମବାସୀଙ୍କୁ ଡକାଇ ପଚାରିବା ପରେ ଅଭିଯୁକ୍ତ ଏ ଘଟଣାକୁ ସ୍ୱୀକାର କରିଥିଲା ।

ପରେ ନାବାଳିକା ପୀଡିତା ପରିବାର ଏ ସମ୍ବନ୍ଧରେ ଅଭୟଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ଅଧିକ୍ଷକ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୁଷ୍କର୍ମକାରି 75 ବର୍ଷର ବୃଦ୍ଧକୁ ଗିରଫ କରିବା ସହିତ ତଦନ୍ତ ଜାରି ରଖିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top