ଅପରାଧ

ନିଖୋଜ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

deadbody

ଭଦ୍ରକ: ୩ ଦିନ ହେବ ନିଖୋଜ ଥିବା ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର  । ଭଦ୍ରକ ତିହିଡ଼ି ବ୍ଲକ ଜାମଯୋଡ଼ି ପଂଚାୟତର ଅମୃତପୁର ଗ୍ରାମର ଜୈନିକ ବ୍ୟବସାୟୀ ଘଟେଶ୍ୱର ବଜାରରୁ ୩ ଦିନ ହେବ ନିଖୋଜ ଥିଲେ । ତେବେ ତାଙ୍କ ମୃତଦେହ ତିହିଡ଼ି ବଜାର ସପନ ବିହାର ନିକଟରୁ ଉଦ୍ଧାର କରାଯାଇଛି  । ମୃତ ବ୍ୟବସାୟୀଙ୍କ ନା ରତ୍ନାକର ବେହେରା ।

ରତ୍ନାକର ନିଖୋଜ ହେବା ପରେ ତାଙ୍କ ପରିବାର ପକ୍ଷରୁ ତିହିଡ଼ି ଥାନାରେ ଅଭିଯୋଗ ହୋଇଥିଲା । ତେବେ ୩ ଦିନ ପରେ ତାଙ୍କର ମୃତଦେହ ଏକ ପରିତ୍ୟକ୍ତ ସ୍ଥାନରୁ ମିଳିବା ପରେ ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରାଯାଇଛି  । ପୋଲିସ ମୃତକଙ୍କ ମୋଟର ସାଇକେଲ ଘଟେଶ୍ୱର ବଜାରୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top