ଜୀବନ ମନ୍ତ୍ର

ମିଶନ୍‌ ‘ଜିରୋ-ଏଫ୍‌’: ମ୍ୟାଟ୍ରିକ୍‌ରେ ଫେଲ୍‌ ହେବେନି ପରିକ୍ଷାର୍ଥୀ !

ଭୁବନେଶ୍ୱର: ମିଶନ୍‌ ‘ଜିରୋ-ଏଫ୍‌’ ଅର୍ଥାତ୍ ମିଶନ ଜିରୋ ଫେଲ୍  । ଏଣିକି ମ୍ୟାଟ୍ରିକ ପରୀକ୍ଷାରେ କେହି ଜଣେ ବି ପରୀକ୍ଷାର୍ଥୀ ଫେଲ ହେବେ ନାହିଁ  । ସେଥିପାଇଁ ଗଣଶିକ୍ଷା ବିଭାଗ ଆରମ୍ଭ କରିଛି ନୂଆ ମିଶନ । ଆଉ ଏଥିରେ ମଡେଲ ଜିଲ୍ଲା ଭାବେ ପ୍ରଥମେ କଟକରୁ ଆରମ୍ଭ ହୋଇଛି ଏହି ପ୍ରୋଜେକ୍ଟ  ।

ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଫଳର ଉତ୍ତର ଦାୟୀତ୍ବ ଏଣିକି ଶ୍ରେଣୀ ଶିକ୍ଷକ ,ସ୍କୁଲ ପ୍ରଧାନ ଶିକ୍ଷକ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଉପରେ ନ୍ୟସ୍ତ ରହିବ  ।  ପରୀକ୍ଷାକୁ ଆଉ ମାତ୍ର 3 ମାସ ଥିବା ବେଳେ କେବଳ ସରକାରୀ ଛୁଟି ଛାଡିଲେ ପ୍ରତି ଦିନ ଏପରିକି ପୂଜାଛୁଟି ଦିନରେ ବି ହେବ ସ୍ପେସିଆଲ କ୍ଲାସ  ।

ଯାହାକୁ ନେଇ  ଦଶହରା ପୂଜା ଛୁଟି ସମୟରେ ମଧ୍ୟ କଟକରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିଲା ସ୍ବତନ୍ତ୍ର କ୍ଲାସ  । ବିନା  ବିଇଓଙ୍କ ଅନୁମତିରେ ସ୍କୁଲ ପ୍ରଧାନ ଶିକ୍ଷକ ଓ କୌଣସି ଦଶମ ଶ୍ରେଣୀର ଶିକ୍ଷକ ଛୁଟି କିମ୍ବା ହେଡ କ୍ୱାର୍ଟର ବାହାରକୁ ଯାଇ ପାରିବେ ନାହିଁ  । ପ୍ରତି ବିଇଓଙ୍କୁ ଏଥିପାଇଁ ଏକ ହ୍ୱାର୍ଟସ ଆପ୍‌ ଗ୍ରୁପ କରି ଏହାର ତଦାରଖ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି  ।

5ଟି ନାରା ଭିତରେ  ଜିରୋ ଏଫ୍ ସାମିଲ ହେଉଥିବା ବେଳେ ଏହି ପ୍ରଜେକ୍ଟକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଛି  । ଗତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ରେଜଲ୍ଟରେ  ୮୨ଟି ସ୍କୁଲର ପରୀକ୍ଷା ଫଳ ଜିରୋ ଆସିଥିଲା  । ଯାହାକୁ ନେଇ ଘୋର ସମାଲୋଚନାର ଶିକାର ହୋଇଥିଲା ଗଣଶିକ୍ଷା ବିଭାଗ । ତେଣୁ ସେ ପରିସଂଖ୍ୟାନକୁ ସୁଧାରିବା ଲାଗି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା । ତେବେ ରାଜ୍ୟରେ ଶିକ୍ଷକ ଅଭାବ ସମସ୍ୟାକୁ ସମାଧାନ କରି ପାରୁନଥିବା ଶିକ୍ଷା ବିଭାଗର ଏପରି ନୂଆ ପଦକ୍ଷେପକୁ ନେଇ ଆରମ୍ଭ ହୋଇ ଯାଇଛି କଡା ସମାଲୋଚନା  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top