ଅପରାଧ

ମୋବାଇଲ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସ

କଟକ: ଧରାପଡିଲେ ମୋବାଇଲ ଲୁଟେରା ଗ୍ୟାଙ୍ଗ । ଗ୍ୟାଙ୍ଗରେ ଅଛନ୍ତି ଦୁଇ ଜଣ ମହିଳା ଏବଂ ଦୁଇ ଜଣ ପୁରୁଷ । କଟକ ସିଡିଏ ଛଅ ନଂ ଅଞ୍ଚଳରେ ଥିବା ସିଟି ମୋବାଇଲ ଦୋକାନରୁ ଗତ 3  ତାରିଖ ରାତିରେ ଦୋକାନର ତାଲା ଭାଙ୍ଗି ମୋବାଇଲ , ଲାପଟପ୍‌ ଏବଂ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ନେଇ ଦୋକାନ ମାଲିକ ମର୍କତ ନଗର ଥାନାରେ ଅଭିଯୋଗ  କରିଥିଲେ ।

ତେବେ ମର୍କତ ନଗର ପୋଲିସ ଏହି ମାମଲାରେ ଚାରି ଜଣ ଲୁଟେରାଙ୍କୁ  ଗିରଫ କରିଛି । ସେମାନଙ୍କ ଠାରୁ 16 ଟି ସ୍ମାର୍ଟ ଫୋନ, ଗୋଟିଏ ଲାପଟପ, ଛଅଟି  ପାୱାରବ୍ୟାଙ୍କ ସହ ମୋବିଇଲର ସମ୍ପର୍କିତ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ ।

ତେବେ ଗିରଫ ହୋଇଥିବା ଚାରି ଜଣ  ହେଉଛନ୍ତି ଅନୀଲ ଦାସ, ପୂର୍ଣ୍ଣ ଚନ୍ଦ୍ର ଦାସ, ଗୀତା ଦାସ, ସୋନି କଶ୍ୟପ । ଏମାନେ ସମସ୍ତେ କଟକର ହୋଇଥିବା ବେଳେ ଏମାନଙ୍କ ନାଁରେ ମର୍କତ ନଗର ଥାନାରେ  ଆଗରୁ  ମାମଲା ରହିଛି ।  ସେମାନଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top