ଦେଶ

ଘାଟିରେ ଆରମ୍ଭ ହେଲା ପୁଣି ମୋବାଇଲ୍ ଓ ଇଣ୍ଟରନେଟ ସେବା

ଶ୍ରୀନଗର: କାଶ୍ମୀରରେ ଗଣତନ୍ତ୍ର ଦିବସରେ କୌଣସି ଅପ୍ରିତିକ ପରିସ୍ଥିତି ଦେଖିବାକୁ ମିଳିନି । ଶାନ୍ତିଶୃଙ୍ଖଳା ସହ ଘାଟି ଗଣତନ୍ତ୍ର ଦିବସର ସମାରୋହକୁ ପାଳନ କରାଯାଇଛି । ଏହାକୁ ମଧ୍ୟନଜରରେ ରଖି  ବନ୍ଦ କରାଯାଇଥିବା ମୋବାଇଲ ଫୋନ୍‌ ସେବା  ଓ 2-ଜି ଇଣ୍ଟରନେଟ ସେବା କିଛି ଘଣ୍ଟା ପରେ ଏହା ଆରମ୍ଭ ହୋଇଛି । ଗଣତନ୍ତ୍ର ଦିବସ ସୁରୁଖୁରରେ ପାଳନ କରାଯିବାର କିଛି ଘଣ୍ଟାପରେ ଘାଟିରେ ଏହି ସେବା ଆରମ୍ଭ ହୋଇଛି । ଏନେଇ ଅଧିକାରୀମାନେ କହିଛନ୍ତି  କାଶ୍ମୀରରେ ସନ୍ଧ୍ୟା 4ଟାରେ ମୋବାଇଲ୍‌ ଟେଲିଫୋନ୍‌ ସେବା ଆରମ୍ଭ କରିଦିଆଯାଇଛି ।

ସୂଚନାମୁତାବକ, ଘାଟିରେ ୨୦୦୫ରୁ ଗଣତନ୍ତ୍ର ଦିବସ ଏବଂ ସାଧାରଣତନ୍ତ୍ର ଦିବସ ଅବସରରେ ମୋବାଇଲ ଫୋନ ଓ ଇଣ୍ଟରନେଟ ସେବା ବନ୍ଦ କରିବା ସୁରକ୍ଷା ବ୍ୟବସ୍ଥାର ଅନ୍ୟ ଏକ ଅଂଶବିଶେଷ । ସୂଚନାଯୋଗ୍ୟ ୨୦୦୫ରେ ଆତଙ୍କବାଦୀମାନେ ମୋବାଇଲ ଫୋନ ଜରିଆର ସ୍ୱାଧୀନତା ଦିବସ ସମାରୋହ ନିକଟରେ ଆଇଇଡି ବିସ୍ଫୋରଣ କରିଥିଲେ । ଏଥି ପାଇଁ ଏହି ଘଟଣା ପରଠାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସରେ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଉଛି ।  ତେବେ ଦୀର୍ଘ ୫ ମାସର ବ୍ୟବଧାନ ପରେ ଜମ୍ମୁ କଶ୍ମୀରରେ ଇଣ୍ଟରନେଟ ସେବା ସ୍ୱାଭାବିକ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top