ନ୍ୟୁଜ୍

ମୋବାଇଲ ଫାଟି ଯୁବକ ଗୁରୁତର

BLAST

କେନ୍ଦ୍ରାପଡା: ବାଇକରେ ଯାଉଥିବା ବେଳେ ମୋବାଇଲ ଫୋନ ଫାଟିବା ଯୋଗୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ଜଣଙ୍କ ଆଳି ଥାନା ଅନ୍ତର୍ଗତ ମହାଦେବ ପାଟଣାର ଚନ୍ଦ୍ରମଣି ସେଠି । ଆଜି ଅପରାହ୍ନରେ ଚନ୍ଦ୍ରମଣି ବାଇକରେ ଯାଉଥିବା ବେଳେ ଗରାପୁର୍ ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟ ନିକଟରେ ତାଙ୍କ ପ୍ୟାଣ୍ଟ ପ୍ୟାକେଟ୍ ରେ ଥିବା ସ୍ମାର୍ଟ ଫୋନ ଟି ଫାଟି ଯାଇଥିଲା ।

ଏଥିରେ ଚନ୍ଦ୍ରମଣିଙ୍କ ପ୍ୟାଣ୍ଟ ପୋଡ଼ି ଯିବା ସହିତ ଜଙ୍ଘରେ ଗଭିର କ୍ଷତ ସୃଷ୍ଠି ହୋଇଛି । ମୋବାଇଲ ଫାଟିବା ପରେ ଚନ୍ଦ୍ରମଣି ବାଇକରୁ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top