ଦେଶ

ସରକାରୀ କର୍ମଚାରୀଙ୍କୁ ମୋଦିଙ୍କ ଦୀପାବଳୀ ଉପହାର, ମହଙ୍ଗା ଭତ୍ତା ୫ପ୍ରତିଶତ ବଢ଼ିଲା

modi

ଅର୍ଗସ ବ୍ୟୁରୋ: ମୋଦି ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ଦୀପାବଳୀର ବଡ଼ ଉପହାର ଦେଇଛନ୍ତି । ବୁଧବାର ଦିନ କେନ୍ଦ୍ରୀୟ କ୍ୟାବନେଟ୍‌ରେ ହୋଇଥିବା ବୈଠକରେ କର୍ମଚାରୀଙ୍କ ଦୈନିକ ଭତ୍ତା ବଢାଇବାର ପ୍ରସ୍ତାବ ସମ୍ବନ୍ଧୀୟ ବିଲ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାସ୍‌ କରିଦେଇଛନ୍ତି । ଦୀପାବଳୀ ପୂର୍ବରୁ ମୋଦି ସରକାର ସରକାରୀ କର୍ମଚାରୀଙ୍କୁ  ଏହା ଉପହାର ସଦୃଶ ପ୍ରଦାନ କରିଛନ୍ତି  ।

ସରକାର କ୍ୟାବିନେଟ୍‌ରେ  କେନ୍ଦ୍ରୀୟ କର୍ମଚାରୀଙ୍କୁ  5 ପ୍ରତିଶତ ଦିନିକିଆ ଭତ୍ତା (ଡିଏ) ବଢାଇବାର ପ୍ରସ୍ତାବକୁ ମଞ୍ଜରୀ  ପ୍ରଦାନ କରିଛନ୍ତି ।  ବୈଠକ ପରେ କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାବେଦକର ଏହି  ସୂଚନା ଦେଇଛନ୍ତି । ସେ ଏନେଇ କହିଛନ୍ତି ଯେ,  ସରକାରଙ୍କ ଏହି ନିଷ୍ପତ୍ତିରେ 50ଲକ୍ଷ କର୍ମଚାରୀ ଏବଂ ପାଖାପାଖି 65 ଲକ୍ଷ ଫେସନର୍ସଙ୍କୁ ମିଳିବାର ଆଶା ଅଛି । ଏହି ନିଷ୍ପତ୍ତିରେ ସରକାରଙ୍କୁ 16 ହଜାର କୋଟିର ଆର୍ଥିକ ବୋଝ ସହିବାକୁ ପଡିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top