ଦେଶ

ମୋଦି ସରକାରଙ୍କ 2.0ର ୧୦୦ ଦିନ, ଖୁବ୍‌ ଶୀଘ୍ର ବଢ଼ିବ ଜିଡିପି: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର

prakash-javdekar

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଅନେକ ଉପଲବ୍ଧି ମିଳିଛି ।  ସରକାରଙ୍କ ଦ୍ୱାରା ଅନେକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ତେବେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ସଫଳତା କାର୍ଡ ଜନସାଧାଣଙ୍କ ନିକଟରେ ଉପସ୍ଥାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ।

ଦ୍ୱିତୀୟ ପାଳି କାର୍ଯ୍ୟକାଳରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରମୁଖ ନିଷ୍ପତି ସମ୍ବନ୍ଧରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ‘ଜନ କନେକ୍ଟ’ ନାମକ ଏକ ପୁସ୍ତିକାକୁ ଉନ୍ମୋଚନ କରିବା ସହ ‘ବିକାଶ ପଥେ ଭାରତ୧୦୦ ଦିନର ଦୃଢ଼ ପଦକ୍ଷେପ ଓ ନିର୍ଣ୍ଣାୟକ ନିଷ୍ପତି’ ଉପରେ ଏକ ପ୍ରଦର୍ଶନୀର ଉଦଘାଟନ କରିଥିଲେ ।

ଜାମ୍ମୁ କାଶ୍ମୀର ଓ ଲଦାଖ-ଭାରତର ମୁକୁଟ, ୫ ଟ୍ରିଲିଅନ୍‌ ଡଲାର ଅର୍ଥ ବ୍ୟବସ୍ଥା ହାସଲ କରିବା ପାଇଁ ବ୍ୟାପକ ଅର୍ଥନୈତିକ ସଂସ୍କାର, ବ୍ୟବସାୟିକ ସୁଗମତା, ସମାଜର ସବୁ ବର୍ଗଙ୍କୁ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବା, ସମସ୍ତଙ୍କର ସଶକ୍ତିକରଣ, କୃଷକଙ୍କ ଆୟ ଦ୍ୱିଗୁଣିତ କରିବା, ଜଳ ସୁରକ୍ଷା କ୍ଷେତ୍ରରେ ନେତୃତ୍ୱ, ଉତ୍ତମ ପ୍ରଶାସନ, ଭାରତକୁ ସୁରକ୍ଷା ପ୍ରଦାନ କରୁଥିବା ଲୋକଙ୍କ ପ୍ରତି ଉତ୍ସର୍ଗ ସରକାରଙ୍କ ପ୍ରଥମ ନିଷ୍ପତି, ଉଚ୍ଚଶିକ୍ଷା ଭିତ୍ତିଭୂମି ଉପରେ ଗୁରୁତ୍ୱ, ଆବିଷ୍କାର ସୋପାନରେ, ସୁରକ୍ଷା ଓ ପ୍ରତିରକ୍ଷା କ୍ଷେତ୍ର, ମୋଦି ସରକାରଙ୍କ କାର୍ଯ୍ୟକୁ ବିଶ୍ୱସ୍ତରରେ ପ୍ରଶଂସା, ବିଶ୍ୱସ୍ତରରେ ଭାରତର ସମ୍ମାନରେ ବୃଦ୍ଧି, ବୈଶୟିକ କାର୍ଯ୍ୟକ୍ରମରେ ଭାରତର ଉନ୍ନତି, ଜି-୨୦ରେ ପ୍ରଧାନମନ୍ତ୍ରୀ ମୋଦି, ବିଶ୍ୱସ୍ତରରେ ଭାରତର ପ୍ରଭାବ ବୃଦ୍ଧି, ଜି-୭ ସମ୍ମିଳନୀ, ରୁଷ ସହ ସମ୍ପର୍କ ଦୃଢ଼ୀକରଣ, ଉତର-ପୂର୍ବାଂଚଳର ବିକାଶ, ଗଣମାଧ୍ୟମ କଭରେଜ, ନାଗରିକଙ୍କ ସ୍ୱର ଆଦି ବିଷୟ ଏହି ପୁସ୍ତିକାରେ ରହିଛି ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ଶ୍ରୀ ଜାଭଡେକର କହିଲେ ଯେ ସରକାର ଅଭୂତ ପୂର୍ବ ଗତିରେ ଅନେକ ଐତିହାସିକ ଏବଂ ଯୁଗାନ୍ତକାରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଇସ୍ରୋର ଉତ୍ସର୍ଗୀକୃତ ବୈଜ୍ଞାନିକମାନଙ୍କୁ ପ୍ରୋତ୍ସାହିତ କରିଥିବାରୁ ତଥା ବୈଜ୍ଞାନିକ ସମ୍ପ୍ରଦାୟକୁ ସମର୍ଥନ ଯୋଗାଇ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ । ଜାମ୍ମୁ, କାଶ୍ମୀର ଓ ଲଦାଖରେ ଜନସାଧାରଣଙ୍କ ଜୀବନ ଧାରଣରମାନକୁ ଉନ୍ନତ କରିବା ପାଇଁ ଧାରା ୩୭୦ ଓ ୩୫-ଏର ଉଚ୍ଛେଦ, ଭାରତକୁ ୫ ଟ୍ରିଲିଅନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା, ଭିତ୍ତିଭୂମି ଓ ସାମାଜିକ କ୍ଷେତ୍ରରେ ବଡ଼ ଧରଣର ନିବେଶ, ବ୍ୟବସାୟିକ ସୁଗମତା, ତିନି ତଲାକ ବିରୋଧରେ ଆଇନଗତ ପଦକ୍ଷେପ, ଜିଏସ୍‌ଟି ଓ ଆଇଟି ରିଟର୍ଣ୍ଣ ଫାଇଲ୍‌ ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ବାହ୍ୟବାଧା ଦୂର, ଜଳଶକ୍ତି ଅଭିଯାନ, ହର ଘର ବିଜଲି ଯୋଜନା, ଗ୍ୟାସ ସଂଯୋଗ ପାଇଁ ଉଜ୍ଜ୍ୱଳା ଯୋଜନା, ଆୟୁଷ୍ମାନ ଭାରତ, ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଓ କ୍ଷୁଦ୍ର ବିକ୍ରେତାଙ୍କ ପାଇଁ ସାମାଜିକ କ୍ଷେତ୍ରରେ ସୁରକ୍ଷା, କୃଷକମାନଙ୍କ ପାଇଁ ବିଶ୍ୱରେ ସର୍ବାଧିକ ଆର୍ଥିକ ସହାୟତା, ଫିଟ୍‌ ଇଣ୍ଡିଆ ଓ ଥରକେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକର ଉପଯୋଗ ନିଷିଦ୍ଧ କରିବା ବିରୋଧରେ ଜନ ଆନ୍ଦୋଳନ, ଉତ୍ତମ ପ୍ରଶାସନ ପାଇଁ ପଦକ୍ଷେପ, ଫଳପ୍ରଦ ସଂସଦୀୟ ଅଧିବେଶନ ଓ ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟଧାରା ଆଦି ପ୍ରମୁଖ କାର୍ଯ୍ୟକ୍ରମ ସମ୍ବନ୍ଧରେ ସେ ଗୁରୁତ୍ୱାରୋପ କରିଥିଲେ ।

ଜିଡିପି ଅଭିବୃଦ୍ଧିହାର ସମ୍ବନ୍ଧରେ ଦେଖାଦେଇଥିବା ଆଶଙ୍କା ସମ୍ପର୍କରେ କରି ଶ୍ରୀ ଜାଭଡେକର କହିଥିଲେ ଯେ ଅର୍ଥବ୍ୟବସ୍ଥାର ମନ୍ଥର ଗତି ହେଉଛି ଚକ୍ରାକାର, ଭାରତୀୟ ଅର୍ଥନୀତିର ମୂଳଭିତି ସୁଦୃଢ଼ ରହିଛି । ବୈଦେଶିକ ନିବେଶ ଓ ଘରୋଇ ଚାହିଦା ବୃଦ୍ଧି ଫଳରେ ଖୁବଶୀଘ୍ର ଜିଡିପି ହାରରେ ବୃଦ୍ଧି ଘଟିବ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top