ଟିଭି

ମାନସିକ ଚାପରେ ମୋହନା, କୋରୋନା ସଂକ୍ରମଣ ଯୋଗୁଁ କାନ୍ଦି ପକାଇଲେ

ମୁମ୍ବାଇ:  ଟିଭିର ଲୋକପ୍ରିୟ ସୋ ‘ୟେ ରିସ୍ତା କୟା କେହଲତା ହୈ’ ଅଭିନେତ୍ରୀ ମୋହନା କୁମାରୀ ସିଂଙ୍କ କୋରୋନା ପଜିଟିଭ୍ ହେବା ପରଠାରୁ ମାନସିକ ଚାପ ଦେଇ ଗତି କରୁଛନ୍ତି । ନିକଟରେ ଏକ ଭିଡିଓ ସେୟାର କରି ସେ ତାଙ୍କ ଅବସ୍ଥା ବିଷୟରେ କହିଥିଲେ ଏବଂ ଏହା କହି ସେ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଥିଲେ । ଅଭିନେତ୍ରୀ ମୋହନା କୁମାରୀ ସିଂ ଏବଂ ତାଙ୍କ ସ୍ୱାମୀଙ୍କ ସହ ପାଞ୍ଚ ଜଣ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି। ଗତ ସାତ ଦିନ ଧରି ସେ ଏହି ସଂକ୍ରମିତ ପରିବାର ସଦସ୍ୟଙ୍କ ସହ ଋଷିକେଶରେ AIIMSରେ ଭର୍ତ୍ତି ହୋଇଥିଲେ।

ମୋହନା ନିଜ ତଥା ପରିବାର ପାଇଁ ହୋଇଥିବା କୋରୋନା ସଂକ୍ରମଣକୁ ନେଇ ବହୁତ ଚିନ୍ତିତ | ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ଡାକ୍ତରଖାନାରେ ଚିକିତ୍ସା ପ୍ରକ୍ରିୟା ଏବଂ ସେ କିପରି ସମୟ ବିତାଉଛନ୍ତି ତାହା କହୁ କହୁ କାନ୍ଦିବାକୁ ଲାଗିଥିଲେ ।

ମୋହିନା ଭିଡିଓରେ କହିଛନ୍ତି ଯେ ସେ ଭଲ ଅନୁଭବ କରୁଛନ୍ତି। ପ୍ରଶଂସକମାନଙ୍କୁ କୋରୋନା ସମୟରେ କ’ଣ ଘଟୁଛି ତାହା ଜଣାଇବାକୁ ସେ ଏହି ଭିଡିଓ କରିଛନ୍ତି । ସେ କହିଥିଲେ, ‘ଡାକ୍ତରଖାନାରେ ଏହା ଷଷ୍ଠ ଦିନ, କିନ୍ତୁ ମାନସିକ ସ୍ତରରେ ମୁଁ ଭଲ ଅନୁଭବ କରୁନାହିଁ । ଦୟାକରି ଭୟ କର ନାହିଁ। ଶାରୀରିକ ସ୍ତର ଅପେକ୍ଷା ଏହା ମାନସିକ ସ୍ତରରେ ଅଧିକ ଭୟାନକ ଅଟେ । ଯେତେବେଳେ ତୁମେ ଜାଣିବ ଯେ ତୁମର ଭିତରେ ଏକ ଭୂତାଣୁ ଅଛି ତୁମେ ବହୁତ ଖରାପ ଅନୁଭବ କରିବ’ । ସେ ଲୋକମାନଙ୍କୁ କହିଥିଲେ ଯେ, ଯଦି କେହି ସାମାନ୍ୟ ଲକ୍ଷଣ ଦେଖନ୍ତି ତେବେ ସେ ତାଙ୍କର କୋରୋନା ପରୀକ୍ଷା କରିବା ଉଚିତ୍  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top