ଦେଶ

ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ନେପୋଟିଜିମ୍‌ ନୁହେଁ ଗୁଣ୍ଡାଗର୍ଦ୍ଦି ଚାଲିଛି: ମୋନାଲି

 ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗରେ ସାରା ଦେଶରେ ଶୋକ ଖେଳିଯାଇଛି । ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ବଲିଉଡରେ ହେଉଥିବା ‘ନେପୋଟିଜିମ୍‌’କୁ ଦାୟୀ କରି ସୋସିଆଲ ମିଡିଆରେ ଏକ ପ୍ରକାର ୱାର ଚାଲିଛି । ବିଶେଷ କରି ଏଥିରେ କରଣ ଜୋହର, ସଲମାନ ଖାନ, ୟଶ ରାଜ୍‌ ଫିଲ୍ମ ଭଳି ଲୋକ ଓ ସଂସ୍ଥାର ନାଁ ସାମ୍ନାକୁ ଆଣୁଛନ୍ତି ଲୋକେ । ନେପୋଟିଜିମ୍‌କୁ ନେଇ କଙ୍ଗନା ପ୍ରତିକ୍ରିୟା ଦେବା ସହ ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ବରଂ ଏହା ପ୍ଲାନଡ୍‌ ମର୍ଡର ବୋଲି କହିଲେ ।

ଏହାସହ ସିଙ୍ଗର ସୋନୁ ନିଗମ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଚାଲିଥିବା ଗୁଣ୍ଡାଗର୍ଦ୍ଦି ସମ୍ପର୍କରେ ଟିପ୍ପଣୀ ବି ରଖିଲେ । ଏବେ ପୁଣି ଜଣେ ସିଙ୍ଗରଙ୍କ ପ୍ରତିକ୍ରିୟା ଚହଳ ପକାଇଛି । ଗାୟୀକା ମୋନାଲି ଠାକୁର ମ୍ୟୁଜିକ ଇଣ୍ଡଷ୍ଟ୍ରିକୁ ନେଇ ବଡ଼ ବୟାନ ଦେଇଛନ୍ତି । ନିକଟରେ ଏକ ଇଣ୍ଟରଭ୍ୟୁରେ ମୋନାଲି କହିଛନ୍ତି- ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ବାକି ଟଙ୍କା ମିଳୁନି । ରୋଜଗାରର 50-80 ପ୍ରତିଶତ ନଦେଲେ କାମ ମିଳୁନି । ଏମିତି ବିଦେଶୀ ସିଙ୍ଗରମାନେ ଯଦି କିଛି କଣ୍ଟ୍ରାକ୍ଟ ସାଇନ୍‌ କରୁଛନ୍ତି ତାଙ୍କୁ ଜଣାପଡ଼ୁନି କି ଏଠାକାର ନିୟମ କଣ । ପ୍ରତି ବ୍ୟକ୍ତି ଜଣେ ଜଣେ ଗ୍ୟାଙ୍ଗଷ୍ଟର, ବାସ କେବଳ ଲୁଟୁଛନ୍ତି ବୋଲି କହିଛନ୍ତି ମୋନାଲି ।

ମୋନାଲି ଏଭଳି ମଧ୍ୟ କହିଛନ୍ତି, ତାଙ୍କୁ ରେଡିଓରେ କାମ କରିବାକୁ ବି ପସନ୍ଦ କିନ୍ତୁ ସେଠାରେ ବି ସମାନ ସ୍ଥିତି । କେବଳ ଯେ ସିଙ୍ଗରମାନଙ୍କ ପରିସ୍ଥିତି ଏମିତି ତାହା ନୁହେଁ ମ୍ୟୁଜିକ୍‌ କମ୍ପୁଜର୍‌, ଲିରିଷ୍ଟମାନଙ୍କ ପରିସ୍ଥିତି ବି ସମାନ । ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ନେପୋଟିଜିମ୍‌ ନୁହେଁ ଗୁଣ୍ଡାଗର୍ଦ୍ଦି ଚାଲିଛି । ଏଠାରେ ଲୋକଙ୍କୁ ଲୁଟୁଛନ୍ତି । ଭଲ ଟ୍ୟାଲେଣ୍ଟକୁ ଚିହ୍ନନ୍ତିନି ଏଠାରେ  । ଏହା ଏକ ଲମ୍ବା ଲଢ଼େଇ ବୋଲି କହିଛନ୍ତି ମୋନାଲି ଠାକୁର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top