ଦେଶ

ଭାରତରୁ ଫେରୁଛି ମୌସୁମୀ

moonsoon

ନୂଆଦିଲ୍ଲୀ: ଭାରତ ଛାଡ଼ୁଛି ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଭାରତ ଛାଡ଼ିବା ଆରମ୍ଭ କରିଛି । ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ମୌସୁମୀ ଚଳିତ ବର୍ଷ ବିଳମ୍ବରେ ଭାରତ ଛାଡ଼ୁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ବର୍ତ୍ତମାନ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ସ୍ଥାନରେ ବର୍ଷାର ପରିମାଣ କମିଛି । ଏଥିସହ ବାୟୁମଣ୍ଡଳରେ ଥିବା ଆର୍ଦତା ମଧ୍ୟ ହ୍ରାସ ପାଇଛି। ଏହାର ଅର୍ଥ ମୌସୁମୀ ଏହି ପ୍ରାନ୍ତରୁ ଧୀରେ ଧୀରେ ଫେରିବା ଆରମ୍ଭ କରିଛି।

ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍‌ରେ ଭାରତରେ ପ୍ରବେଶ କରି ସେପ୍ଟେମ୍ବର ୧ ପରେ ଫେରିବା ଆରମ୍ଭ କରିଥାଏ। କିନ୍ତୁ ୨୦୧୯ରେ ମୌସୁମୀ ପ୍ରାୟ ଗୋଟିଏ ମାସ ବିଳମ୍ବରେ ଫେରିବା ଆରମ୍ଭ କରିଛି।

ଏହି କାରଣରୁ ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି ଏବଂ କିଛି ସ୍ଥାନରେ ବନ୍ୟା ଭଳି ସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ୧୯୬୦ ମସିହାରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ୧୯୬୦ରେ ଜୁନ୍‌ରେ ଭାରତରେ ପ୍ରବେଶ କରିଥିବା ମୌସୁମୀ ଅକ୍ଟୋବର ୧ ପରେ ଫେରିବା ଆରମ୍ଭ କରିଥିଲା। ସେହିପରି ୨୦୦୭ରେ ମୌସୁମୀ ସେପ୍ଟେମ୍ବର ୩୦ ବେଳକୁ ଭାରତ ଛାଡ଼ିଥିଲା । ବର୍ତ୍ତମାନ ମୌସୁମୀ ଫେରିବା ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି । ଆସନ୍ତା ୨ ଦିନ ମଧ୍ୟରେ ପୂରା ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ଚାଲିଯିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top