ନ୍ୟୁଜ୍

ଓଡ଼ିଶାର ଇସ୍ପାତ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଜାପାନ ଆଗ୍ରହୀ

ଭୁବନେଶ୍ୱର: ଓଡ଼ିଶାର ଇସ୍ପାତ ଶିଳ୍ପରେ ପୁଞ୍ଜି ନିବେଶ କରିବ ଜାପାନ । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ BDCG ନିବେଶ ପାଇଁ ଆଗ୍ରହୀ ରହିଛି । କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜାପାନ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ସୂଚନା ଦେଇଛନ୍ତି ଜାପାନ ଆମ୍ବାସଡର ।  ରାଜ୍ୟରେ ଆରସେଲର ମିତ୍ତଲ, ଏସାର ପ୍ଲାଣ୍ଟରେ ଜାପାନର ନିପନ କମ୍ପାନୀର ପୁଂଜି ନିବେଶ ହୋଇଛି ।

ଏହାସହ ଜଂଗତସିଂପୁରର ପ୍ରସ୍ତାବିତ jsw ପ୍ଲାଣ୍ଟରେ ଜାପାନର ଜାଭ  କମ୍ପାନୀର ପୁଞ୍ଜିନିବେଶ ହୋଇଛି । 2018 ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ଜାପାନ ପାର୍ଟନର ରହିଥିଲା । ତେବେ 2020ରେ ମଧ୍ୟ ପାର୍ଟନର ହେବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି ।  ଏବେ ସାରା ଦେଶରେ 140 ନିୟୁତ ଟନ୍‌  ଇସ୍ପାତ ଉତ୍ପାଦନ ହେଉଛି । ଟାର୍ଗେଟ ରହିଛି 300 ଟନ୍‌ । ଏଥିରେ ଓଡିଶା ପ୍ରମୁଖ ଭୂମିକା ନିଭାଇବ ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ସେପଟେ କେବଳ ବୃହତ ଶିଳ୍ପ ନୁହଁ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଉଛି ଇସ୍ପାତ ମନ୍ତ୍ରଣାଳୟ । ଏହା ବାଦ କୃଷି, କେମିକାଲ, ହସ୍ତତନ୍ତ, ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ପର୍ଯ୍ୟଟନର ମଧ୍ୟ ଅଧିକ ସୁଯୋଗ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top