ରାଜ୍ୟ

ତିନି ମାସରେ ୮ ହଜାରରୁ ଉର୍ଦ୍ଧ୍ୱ ମଦୁଆ ଡ୍ରାଇଭର ଗିରଫ, ଆଗରେ ଗଞ୍ଜାମ !

ଭୁବନେଶ୍ୱର: ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ଧରପଗଡ଼ ଆରମ୍ଭ ହୋଇଛି । ଓଡ଼ିଶାରେ ଏହା କଡ଼ାକଡ଼ି ଭାବେ ପାଳନ ହେଉଥିଲେ ହେଁ ଲୋକମାନଙ୍କ ଅଭିଯୋଗ କ୍ରମେ ଏହାକୁ ତିନି ମାସ ଘୁଞ୍ଚାଇ ଦିଆଯାଇଥିଲା । ଏବେ ପୁଣି କାଗଜ ପତ୍ର ଠିକ୍‌ କରାଇବା ପାଇଁ ଚାଳକମାନଙ୍କୁ ଆଉ ତିନି ମାସ ଦେଇଛନ୍ତି ସରକାର । କିନ୍ତୁ ଅନ୍ୟ ନିୟମ, ମଦ ପିଇ ଗାଡ଼ି ଚଳାଇବା, ସିଟ୍‌ ବେଲ୍ଟ ନବାନ୍ଧିବା, ବାଇକ୍‌ରେ ତିନି ଜଣରୁ ଅଧିକ ଯାତ୍ରା କରିବା ଭଳି ନିୟମ ଭାଙ୍ଗିଲେ ନିସ୍ତାର ମିଳିବନି ।

ବିଶେଷ କରି ମଦୁଆ ଡ୍ରାଇଭରଙ୍କୁ ସାବାଡ କରିବା ପାଇଁ ରାଜ୍ୟ ପୋଲିସ ତତ୍ପରତା ପ୍ରକାଶ କରିଛି । ସେପ୍ଟମ୍ବର, ଅକ୍ଟୋବର ଏବଂ ନଭେମ୍ବରରେ ମୋଟ 8583 ମଦୁଆ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ । ସବୁଠୁ ଉଦ୍‌ବେଗ୍‌ଜନକ ସ୍ଥିତି ଗଞ୍ଜାମରେ । ପୋଲିସ ଦ୍ୱାରା ଦିଆଯାଇଥିବା ରିପୋର୍ଟ କହୁଛି ମଦୁଆ ଚାଳକଙ୍କ ମାମଲାରେ ଗଞ୍ଜାମ ଜିଲ୍ଲା ସର୍ବାଗ୍ରେ ରହିଛି ।

ସେପ୍ଟେମ୍ବରରେ 475 ଜଣଙ୍କୁ, ଅକ୍ଟୋବରରେ 716 ଜଣଙ୍କୁ ଏବଂ ନମ୍ଭେମ୍ବରରେ ଟିକିଏ କମିଥିଲେ ବି 608 ଜଣଙ୍କୁ ଗଞ୍ଜାମରୁ ଗିରଫ କରିଛି ପୋଲିସ । ନଭେମ୍ବର ମାସରେ ଗଞ୍ଜାମ ତଳକୁ ରହିଛି ମୟୂରଭଞ୍ଜ । ମୟୂରଭଞ୍ଜରେ 359 ମଦୁଆ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ ।

ତେବେ ପୁରୀରେ ତିନି ମାସରେ ସର୍ବନିମ୍ନ 11 ଜଣ ମଦୁଆ ଡ୍ରାଇଭରଙ୍କୁ ଗିରଫ କରାଯାଇଥିବା ବେଳେ ନଭେମ୍ବର ମାସରେ କେହି ଧରାପଡ଼ି ନାହାନ୍ତି । ସେମିତି ଦେଖିବାକୁ ଗଲେ ସେପ୍ଟେମ୍ବର ମାସରେ ମୋଟ 2394 ଜଣ ମଦୁଆ ଡ୍ରାଇଭର ଗିରଫ ହୋଇଥିବା ବେଳେ ଅକ୍ଟୋବର ମାସରେ 3,462 ଗିରଫ ହୋଇଥିଲେ । ନଭେମ୍ବର ମାସରେ ମୋଟ 2,727 ଜଣ ମଦୁଆ ଡ୍ରାଇଭରଙ୍କୁ କାବୁ କରିଛି ପୋଲିସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top