ଦେଶ

ମୋଦିଙ୍କ କାର୍ଯ୍ୟଶୈଳୀରେ ସବୁଠୁ ବେଶି ସନ୍ତୁଷ୍ଟ ଓଡ଼ିଆ- ସର୍ଭେ

modi

ଅର୍ଗସ ବ୍ୟୁରୋ : ପୁଣି ପ୍ରମାଣିତ ହେଲା ମୋଦିଙ୍କ ଲୋକପ୍ରିୟତା । କେବଳ ଦେଶରେ କାହିଁକି ଓଡ଼ିଶା ଲୋକଙ୍କ ପ୍ରଥମ ପସନ୍ଦ ମୋଦି । ଏହା ବିଜେଡି ଶାସିତ ରାଜ୍ୟ ହୋଇଥିଲେ ମଧ୍ୟ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ପସନ୍ଦ କରିଛନ୍ତି ରାଜ୍ୟବାସୀ । ଖବର ସବରବରାହ ସଂସ୍ଥା ଆଇଏଏନଏସ୍ ଏବଂ ସି ଭୋଟରର ମିଳିତ ସର୍ବେକ୍ଷଣରୁ ଏହା ସ୍ପଷ୍ଟ ହୋଇଛି।  ରାଜ୍ୟର 95 ପ୍ରତିଶତ ଓଡ଼ିଆ ମୋଦିଙ୍କ କାର୍ଯ୍ୟଶୈଳୀରେ ସନ୍ତୁଷ୍ଟ । ମାତ୍ର  2.2 ପ୍ରତିଶତ ଲୋକ ମୋଦିଙ୍କୁ ସ୍ବୀକୃତି ଦେଇନାହାଁନ୍ତି । ତେବେ ଏହାଭିତରେ 85 ପ୍ରତିଶତ ବହୁତ ସନ୍ତୁଷ୍ଟ ବୋଲି ସର୍ବେକ୍ଷଣରେ କହିଛନ୍ତି ।

ସୂଚନାନୁଯାୟୀ, ଓଡ଼ିଶା ପଛରେ ଅଛି ହିମାଚଳ ପ୍ରଦେଶ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରେଦଶ । ହିମାଚଳ ପ୍ରଦେଶରେ 94 ପ୍ରତିଶତ ଲୋକ ମୋଦିଙ୍କୁ ସ୍ବୀକୃତି ଦେଇଥିଲା ବେଳେ ଛତିଶଗଡରେ 93 ପ୍ରତିଶତ ଏବଂ ଆନ୍ଧ୍ରପ୍ରଦେଶରେ 83 ପ୍ରତିଶତ ଲୋକଙ୍କ ପସନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁଠୁ ବଡ କଥା ହେଲା ଓଡ଼ିଶା, ଛତିଶଗଡ, ଆନ୍ଧ୍ରପ୍ରଦେଶରେ ଅଣ ବିଜେପି ସରକାର ଥିଲେ ମଧ୍ୟ ଏସବୁ ରାଜ୍ୟରେ ବଢିଛି ମୋଦିଙ୍କ ଲୋକପ୍ରିୟତା ।  ଷ୍ଟେଟ୍ ଅଫ୍ ଦି ନେସନ 2020 ସର୍ଭେ ଅନୁସାରେ 66 ପ୍ରତିଶତ ଭାରତୀୟଙ୍କ ପସନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ବେକ୍ଷଣ ଅନୁସାରେ 66 ପ୍ରତିଶତ ଭାରତୀୟ ମୋଦିଙ୍କ କାର୍ଯ୍ୟଶୈଳୀରେ ସନ୍ତୁଷ୍ଟ ।

କୋରୋନା ବିପତ୍ତିରେ ଯେତେବେଳେ ବଡ ବଡ ବିଶ୍ବ ନେତୃତ୍ବ ଲୋକଙ୍କ ସ୍ବୀକୃତି ପାଇଁ ଲଢେଇ ଜାରି ରଖିଥିବା ବେଳେ ଦେଶବାସୀଙ୍କ ମଧ୍ୟରେ ବଢିଛି ମୋଦିଙ୍କ ଲୋକପ୍ରିୟତା ।  ସମସ୍ତେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଂଶସା କରିଛନ୍ତି ।   ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଜ ରାଜ୍ୟ ଗୁଜରାଟ ଏବଂ ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକରେ ମୋଦିଙ୍କୁ ସ୍ବୀକୃତି ମିଳିବା ସ୍ବାଭାବିକ । କିନ୍ତୁ ମହାରାଷ୍ଟ୍ରରେ କଂଗ୍ରେସ-ଶିବସେନା-ଏନସିପି ମେଣ୍ଟ ସରକାରରେ ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପ୍ରମାଣିତ କରିଛି, ସବକା ସାଥ୍, ସବକା ବିକାଶ, ସବକା ବିଶ୍ବାସର ନାରାକୁ ।  ଏମିତିକି ପୂର୍ବାଞ୍ଚଳର ରାଜ୍ୟଗୁଡିକରେ ମଧ୍ୟ ମୋଦିଙ୍କୁ ମିଳିଛି ବିପୁଳ ସମର୍ଥନ । ଯେଉଁଠି ପାଖାପାଖି 70 ପ୍ରତିଶତ ଲୋକେ ମୋଦିଙ୍କ କାର୍ଯ୍ୟରେ ସନ୍ତୁଷ୍ଟ । ସେହିପରି ପଶ୍ଚମବଙ୍ଗରେ ଆଗକୁ ନିର୍ବାଚନ ଥିବାବେଳେ ସେଠାରେ ଥିବା ମମତା ବାନାର୍ଜୀ ସରକାରର ଲୋକପ୍ରିୟତା  ଧିରେ ଧିରେ କମିବାରେ ଲାଗିଛି । ଯାହା ଏହି ସର୍ଭେରୁ ପ୍ରମାଣିତ ହୋଇଛି ।

ଏଠାରେ 65 ପ୍ରତିଶତ ଲୋକ ମୋଦିଙ୍କ ଯୋଜନା ଓ ନୀତିକୁ ପସନ୍ଦ କରିଛନ୍ତି । ଏମିତି କି  ଜାମ୍ମୁ ଓ କାଶ୍ମୀରରେ 50 ପ୍ରତିଶତରୁ ଅଧିକ ଲୋକଙ୍କ ପସନ୍ଦ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିଭଳି ସର୍ବେକ୍ଷଣ ଅନୁସାରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ସି ଭୋଟର ପକ୍ଷରୁ ହୋଇଥିବା ଏହି ସର୍ଭେରେ 18 ବର୍ଷରୁ ଅଧିକ ସବୁ ବର୍ଗର ଲୋକେ ସାମିଲ୍ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top