ନ୍ୟୁଜ୍

ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବବଲୁ ପାୱା ଆହତ

Encounter

କଟକ:  ଭୁବନେଶ୍ୱର ଉପକଣ୍ଠ ବାରଙ୍ଗରେ ଚୌଦ୍ୱାର ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ବବଲୁ ପାୱା । ବିଳମ୍ବିତ ରାତିରେ ଚୌଦ୍ୱାର ପୋଲିସ ବବଲୁକୁ ପିଛା କରି ବାରଙ୍ଗରେ ଏନକାଉଣ୍ଟର କରିଛି । ପୋଲିସ ଗୁଳି ବବଲୁର ଡାହାଣ ଜଙ୍ଘରେ ବାଜିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାକୁ କଟକ ବଡମେଡିକାଲକୁ ସ୍ଥାନାନ୍ତ କରାଯାଇଛି । ତେବେ ପୋଲିସର ଏନକାଉଣ୍ଟର ବେଳେ ବବଲୁ ମଧ୍ୟ ପୋଲିସ ଉପରକୁ ଗୁଳି ମାଡ କରିଥିଲା । ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଚୌଦ୍ୱାର ତେଲେଙ୍ଗା ସାହି ନିକଟ ଏକ ସୁନା ଦୋକାନରୁ ଲୁଟ୍ ଉଦ୍ୟମ କରୁଥିବା ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ଗିରଫ କରିଥିଲା ପୋଲିସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top