X
Breaking News
ନ୍ୟୁଜ୍

ପାରିବାରିକ କଳହର କରୁଣ ଚିତ୍ର, ଦୁଇ ପୁଅଙ୍କ ବେକ କାଟି ଟ୍ରେନ୍‌ ଲାଇନ୍‌ ତଳେ ଆତ୍ମହତ୍ୟା କଲା ମା’

KALAHANDI Murder

କଳାହାଣ୍ଡି: ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀର ଦ୍ୱିତୀୟ ବିବାହକୁ ବିରୋଧ କରିବାକୁ ଯାଇ ଦୁଇ ଶିଶୁର ଗଳାକାଟି ହତ୍ୟା ପରେ ରେଳ ଲାଇନରେ କଟି ଜୀବନ ହାରିଲା ମାଁ । କଳାହାଣ୍ଡି ସିଂଗଝରଣ ଗାଁରେ  ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା ।

ପର ନାରୀ ପାଇଁ ନୂଆଖାଇବାକୁ ଘରକୁ ଆସିଲେନି ସ୍ୱାମୀ । ଜୀବନର ଅଧାରାସ୍ତାରେ ସ୍ୱାମୀ, ହାତ ଛାଡି ଦେଇ ଗଲା ପରେ ଶେଷରେ ଆତ୍ମହତ୍ୟାକୁ ନିଜର କଲେ ଉପେକ୍ଷିତ ପତ୍ନୀ । ସବୁ ମାୟାମମତାକୁ ଭୁଲି ଦି ପିଲାଙ୍କୁ ତଣ୍ଟି କାଟି ମାରିବା ପରେ ନିଜେ ରେଳ ଧାରଣାରେ ମୁଣ୍ଡ ଦେଇ ଆତ୍ମହତ୍ୟା କରିଛନ୍ତି ହତାସ ମହିଳା । କଳାହାଣ୍ଡି ସିଂଗଝରଣ ଗାଁରେ ପାରିବାରିକ କଳହର ଏଭଳି କରୁଣ ପରିଣତି ଦେଖିବାକୁ ମିଳିଛି ।

ମୃତକ ବିମଳା ମାଝୀ, ଲିଙ୍ଗା ମାଝୀଙ୍କୁ ବୈଦିକ ରିତୀରେ ବିବାହ କରିଥିଲେ । ତାଙ୍କର ଦୁଇଟି ପୁଅ ହେବା ପରେ ହାତ ଛାଡି ଚାଲି ଯାଇଥିଲେ ଲିଙ୍ଗା । ଭବାନୀପାଟଣାରେ ସେ ଦ୍ୱିତୀୟ ବିବାହ କରି ରହୁଥିଲେ । ଏହାକୁ କେନ୍ଦ୍ର କରି ଉଭୟଙ୍କ ଭିତରେ ଝଗଡ଼ା ଲାଗି ରହିଥିବା ବେଳେ ନୂଆଖାଇ ଦିନ ଲିଙ୍ଗା ଘରକୁ ଆସି ନଥିବାରୁ ବିମଳା ହତୋତ୍ସାହ ହୋଇପଡ଼ିଥିଲେ । ଏହା ପରେ ବିମଳା ଏଭଳି କରୁଣ ନିଷ୍ପତ୍ତି ନେଇଥିବା ପୋଲିସ ସନ୍ଦେହ କରୁଛି । ସେପଟେ ଏହି ଖବର ଆଖପାଖ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ଖେଳାଇଛି ।

ଏହି ସମ୍ୱେଦନଶୀଳ ଘଟଣାକୁ ନେଇ ଗାଁରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଭବାନୀପାଟଣା ସଦର ପୋଲିସ ଶବ ବ୍ୟବଚ୍ଛଦ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top