ନ୍ୟୁଜ୍

ଟ୍ରାଫିକ ନିୟମ ନମାନିଲେ ଦେବେ ମୋଟା ଅଙ୍କର ଫାଇନ୍‌

TRAFFIC

ଭୁବନେଶ୍ୱର: ଟ୍ରାଫିକ ନିୟମ ଭାଙ୍ଗିଲେ ନିସ୍ତାର ନାହିଁ । ସଡକ ଦୁର୍ଘଟଣାରେ ଭାରତ ସାରା ବିଶ୍ୱରେ ଏକ ନମ୍ବରରେ ଥିବା ବେଳେ କେନ୍ଦ୍ର ସରକାର ଏଥି ପ୍ରତି କଡା ପଦକ୍ଷେପ ନେଇଛନ୍ତି । ଟ୍ରାଫିକ ନିୟମ ଉଲଘଂନକାରୀଙ୍କ ପ୍ରତି କଡା ନିୟମ ରଖାଯାଇଛି । ନୂଆ ଆଇନ ଅନୁଯାୟୀ ଟ୍ରାଫିକ ନିୟମ ବେଖାତିର କଲେ ତଣ୍ଡିବାକୁ ପଡିବ ମୋଟା ବିଲ ।  ସେହିପରି ବେପରୁଆ ଗାଡି ଚାଳକଙ୍କ ଉପରେ ରହିଛି କଠୋର ଦଣ୍ଡ ବ୍ୟବସ୍ଥା । ଯଦି ନିଶା ସେବନ କରି ଗାଡି ଚଳାଉଛନ୍ତି ତାହାଲେ ଦେବାକୁ ପଡିବ ୧୦ଗୁଣା ଜରିମାନା । ନୂଆ ବିଲର ଆଇନ ଅନୁଯାୟୀ

ବିନା ହେଲମେଟରେ ଗାଡି ଚଳାଇଲେ ଦେବାକୁ ପଡିବ ୧୦୦ ବଦଳରେ ୧ ହଜାର ଟଙ୍କା । ତିନି ମାସ ଯାଏ ଲାଇସେନ୍ସ ରଦ୍ଦ କରିବାର ପ୍ରାବଧାନ ମଧ୍ୟ ରହିଛି  । ନିଶା ସେବନ କରି ଗାଡି ଚଳାଇଲେ ୨ହଜାର ବଦଳରେ ଦେବାକୁ ପଡିବ ୧୦ ହଜାର ଟଙ୍କା । ସେହି ଭଳି ବିନା ସିଟ ବେଲ୍ଟରେ ଗାଡି ଚଳାଇଲେ ଦେବାକୁ ପଡିବ ୧୦୦ ବଦଳରେ ୧ହଜାର ଟଙ୍କା । ସେହିଭଳି ବିନା ଲାଇସେନ୍ସରେ ଗାଡି ଚଳାଉଥିଲେ ୫ ଶହ ବଦଳରେ ତଣ୍ଡିବାକୁ ପଡିବ ୫ହଜାର ଟଙ୍କା । ଯଦି ନିୟମକୁ ନମାନି ଗାଡି ଚଳାଇବେ ତାହାଲେ ୧୦୦ ବଦଳରେ ୫ଶହ ଦେବାକୁ ପଡିବ ।

ସେହିପରି ଓଭରଲୋଡିଂ ପାଇଁ ୧୦୦ ବଦଳରେ ୨ହଜାର, ଗାଡି ଇନସ୍ୟୁରାନ୍ସ ବିନା ୧ ହଜାର ବଦଳରେ ୨ହଜାର ଏବଂ ବେପରୁଆ ଗାଡି ଚାଳନା ପାଇଁ ୧ ହଜାର ବଦଳରେ ୫ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପ୍ରଥମଥର ପାଇଁ ଏକ ନୂଆ ନୀୟମ ସଂସଦରେ ପାରିତ ହୋଇଛି  । ଜରୁରୀ କାଳୀନ ଗାଡିକୁ ରାସ୍ତା ନଛାଡିଲେ ସିଧା ସଳଖ ୧୦ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡିବ  ।

ଅନ୍ୟପଟେ ଏହି ନିୟମକୁ ଲୋକମାନେ କେତେ ମାନୁଛନ୍ତି ଏବଂ ବିଭିନ୍ନ ରାଜ୍ୟରେ ଏହି ନିୟମକୁ କେତେ ଦୂର କାର୍ଯ୍ୟକାରୀ ହେଉଛି ଦେଖିବାକୁ ବାକି ରହିଲା । ସେହିଭଳି ରାଜ୍ୟରେ ଦିନକୁ ଦିନ ଲୁଟ, ରାହାଜାନି ଓ ଡକାୟତୀ ବଢିବାରେ ଲାଗିଛି । ପ୍ରଶାସନ ଏହା ପ୍ରତି ଧ୍ୟାନ ନ ଦେଇ ଟ୍ରାଫିକ ନିୟମ ଉଲଘଂନକାରୀଙ୍କ ପ୍ରତି ଏଭଳି କଠୋର ପଦକ୍ଷେପକୁ ସାଧାରଣ ଲୋକ ନିନ୍ଦା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top