ନ୍ୟୁଜ୍

ସିନେମା ଷ୍ଟାଇଲ୍‌ରେ ଦୁଃଖ ପ୍ରକାଶ କରି ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର: ସର୍ବସମ୍ମୁଖରେ ଜଣେ ସାମ୍ବାଦିକଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ପରେ ଏବେ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।  କିନ୍ତୁ ଦୁଃଖ ପ୍ରକାଶ କମ୍ ହେଲେ ନିଜର ବଡପଣିଆ ବେଶି ଦେଖାଇବାକୁ ପଛାଇ ନାହାନ୍ତି ଖୋଦ୍ ସାଂସଦ ଅନୁଭବ ମହାନ୍ତି ।  ଶୁଣନ୍ତୁ କଣ କହୁଛନ୍ତି ସାଂସଦ ଅନୁଭବ ମହାନ୍ତି..

ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସର୍ବସମ୍ମୁଖରେ ଗାଳି କରିବା, ସମର୍ଥକଙ୍କୁ ନେଇ ତାଳି ମାରିବା ଭଳି ଘଟଣା ଘଟାଇ ସମାଲୋଚନାର ଶିକାର ହୋଇଥିଲେ ଖୋଦ୍ ସାଂସଦ ଅନୁଭବ ମହାନ୍ତି । ଆଉ ଏହି ଘଟଣାରେ ସାମ୍ବାଦିକ ମହଲ ଘେରିବା ପରେ ଏହାକୁ ରାଜନୈତିକ ରଙ୍ଗ ଦେବାକୁ ପ୍ରୟାସ କରିଛନ୍ତି ସେ । ଏପରିକି ଏହି ମାମଲାରେ ସେ ତାଙ୍କର ପ୍ରତିଦ୍ୱନ୍ଦୀ ବୈଜୟନ୍ତ ପଣ୍ଡାଙ୍କୁ ପରୋକ୍ଷରେ ଧମକ ଦେଇଛନ୍ତି ।

ସାଂସଦ ଅନୁଭବ ମହାନ୍ତିଙ୍କ ଦବଙ୍ଗଗିରି ହାଟରେ ପଡି ଦାଣ୍ଡରେ ଗଡିବା ପରେ ପୁଣିଥରେ ସିନେମା ଷ୍ଟାଇଲରେ ଦୁଃଖ ପ୍ରକାଶ କରିବା ତାଙ୍କୁ ଚର୍ଚ୍ଚାକୁ ଆଣିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top