ନ୍ୟୁଜ୍

ବର୍ଷକର ରିପୋର୍ଟ ରଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

Aparajita

ଭୁବନେଶ୍ୱର:  ବର୍ଷକର ରିପୋର୍ଟ ରଖିଲେ ସାଂସଦ ଅପରାଜିତା ଷଡଙ୍ଗୀ । କହିଲେ ସାଂସଦ ଭାବେ ୩ଟି ବଡକାମ କରିଛି, ଆହୁରି ବାକି ଅଛି । ଭରସା ପାଣ୍ଠିରେ ୫ହଜାର ୫ଶହ ଅସହାୟଙ୍କୁ ୧୯ଲକ୍ଷ ସହାୟତା ପ୍ରଦାନ । ସାଂସଦ ଅପରାଜିତା ଷଡଙ୍ଗୀ ଉନ୍ମୋଚନ କଲେ ବାର୍ଷିକ ରିପୋର୍ଟ କାର୍ଡ । ୫୬ ପୃଷ୍ଠାର ଏହି ରିପୋର୍ଟ କାର୍ଡ ଉଭୟ ଇଂରାଜୀ ଓ ଓଡ଼ିଆରେ ପ୍ରକାଶ ପାଇଛି । ଜନ ଅଭିଯୋଗ ଶୁଣାଣି ଓ ସମାଧାନ ପାଇଁ ସାଂସଦ ଗୁରୁତ୍ୱ ଦେଇଛନ୍ତି । ଭରସା ନାମକ ଏକ ଲୋକ କଲ୍ୟାଣ ପାଣ୍ଠି କରି ୫ହଜାର ୫ ସହ ଅସହାୟ ଲୋକଙ୍କୁ ୧୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ସଂସଦୀୟ ଅଧିବେଶନରେ ଅପରାଜିତାଙ୍କ ଯୋଗଦାନ ୯୭ ପ୍ରତିଶତ ଥିବା ବେଳେ ଜାତୀୟ ଓ ରାଜ୍ୟ ହାର ରହିଛି ୮୩ ପ୍ରତିଶତ। ସଂସଦରେ ସେ ୧୦ ଟି ବିତର୍କରେ ଅଂଶ ଗ୍ରହଣ କରି ୪୫ ଟି ପ୍ରଶ୍ନ ଉପସ୍ଥାପନ କରିଛନ୍ତି । ଗ୍ରାମାଞ୍ଚଳର ଅନ୍ଧାର ଇଲାକାରେ ୧ ହଜାର ସୌରଚଳିତ ଆଲୋକ ବ୍ୟବସ୍ଥା କରିଛନ୍ତି । ହଂସପାଳ ଫ୍ଲାଇ ଓଭର ଓ ଭୁବନେଶ୍ୱର-ସୁରଟ ବିମାନ ସେବା ତାଙ୍କ ଉଦ୍ୟମରେ ହୋଇଥିବା ନେଇ ରିପୋର୍ଟ କାର୍ଡରେ ଉଲ୍ଲେଖ କରାଯାଇଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top