X
Breaking News
ଟେକ୍ନୋଲୋଜି

ଓଡ଼ିଆ ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଆଇଏମ୍‌ଡି ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ

Mrutyunjay Mohapatra

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଇଏମ୍‌ଡି ମହାନିର୍ଦ୍ଦେଶକର ଦାୟିତ୍ୱ ଗ୍ରହଣ କଲେ ଓଡ଼ିଆ ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର । ପ୍ରଥମ ଓଡ଼ିଆ ପୁଅ ଭାବେ ସେ ଆଇଏମ୍‌ଡିର ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ଆଇଏମ୍‌ଡିର ଏଡିଜି ଥିବା ସହ ସାଇକ୍ଲୋନ୍‌ ଓ୍ୱାର୍ଣ୍ଣିଂ ବିଭାଗର ମୁଖ୍ୟ ମଧ୍ୟ ଥିଲେ। ଗତ ବାତ୍ୟା ‘ଫୋନି’ ସମୟରେ ମୃତ୍ୟୁଞ୍ଜୟଙ୍କ ସଠିକ୍ ଆକଳନ ଯୋଗୁ ବହୁ ଧନଜୀବନ ରକ୍ଷା ହୋଇପାରିଥିଲା। ଏଥିପାଇଁ ତାଙ୍କୁ ସବୁ ମହଲରୁ ପ୍ରଶଂସା ମିଳିଥିଲା। ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର ଫାଇଲିନ୍, ହୁଡହୁଡ୍, ତିତ୍‌ଲିର ଲ୍ୟାଣ୍ଡଫଲ ଓ ବେଗ ସମ୍ପର୍କରେ ସଠିକ୍‌ ଆକଳନ କରି  ସମସ୍ତଙ୍କର ବିଶ୍ୱାସଭାଜନ ହୋଇପାରିଥିଲେ।

ତେବେ ସମ୍ବଲପୁର ଓ ବାଲେଶ୍ୱରରେ ଡପ୍ଲର୍ ରାଡାର ପ୍ରତିଷ୍ଠା କରିବାକୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଲକ୍ଷ୍ୟ ରଖିଛନ୍ତି । ଏହା ସହିତ ୫ ବର୍ଷରେ ସବୁ ବ୍ଲକ୍‌ ଓ ପ୍ରତି ଘଣ୍ଟାରେ ପାଣିପାଗର ଅପ୍‌ଡେଟ୍‌ ଲୋକଙ୍କୁ ଜଣାଇବାକୁ ପାଣିପାଗ ବିଭାଗ ତରଫରୁ ଲକ୍ଷ୍ୟ ରଖାଯାଇଛି ବୋଲି ଆଇଏମ୍‌ଡିର ମହାନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କରିବା ଅବସରରେ ମୃତ୍ୟୁଞ୍ଜୟ ମହାପାତ୍ର ଏହା କହିଛନ୍ତି । ଜୁନ୍ ୪ ତାରିଖରେ ସେ ଆଇଏମ୍‌ଡିର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ଓଡ଼ିଶାର ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱରରେ ଜନ୍ମିତ ଶ୍ରୀଯୁକ୍ତ ମହାପାତ୍ର ଆଇଆଇଟି ଦିଲ୍ଲୀର ଛାତ୍ର ଥିବାବେଳେ ସେ ଘଣ୍ଟେଶ୍ୱରସ୍ଥିତ ଏସି ହାଇସ୍କୁଲରେ  ତାଙ୍କ ପାଠ ପଢାହୋଇଥିଲା । ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top