ଖେଳ

ହୃଦୟସ୍ପର୍ଶୀ ପ୍ରଶଂସା ପତ୍ର ପାଇଁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଏମଏସ ଧୋନି

ନୂଆଦିଲ୍ଲୀ:  ଅଗଷ୍ଟ 15 ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଧୋନିଙ୍କ ଅବସର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତ୍ରଲେଖି ମାହିଙ୍କ ଉପଲବ୍ଧିକୁ ପ୍ରଶଂସା କରିଛନ୍ତି । ମହେନ୍ଦ୍ର ସିଂ ଧୋନି ମଧ୍ୟ ମୋଦିଙ୍କୁ ଟ୍ୱିଟରରେ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଗୁରୁବାର ଦିନ ଟ୍ୱିଟରକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଥିବା ହୃଦୟସ୍ପର୍ଶୀ ଚିଠି ପାଇଁ ଧନ୍ୟବାଦ ଜଣାଇଛନ୍ତି ମାହି ।

ଚିଠିରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ କ୍ରିକେଟ୍ ପ୍ରତି ଧୋନିଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ଏବଂ 2011 ଆଇସିସି ବିଶ୍ୱକପ ବିଜେତା ଅଧିନାୟକଙ୍କୁ ଏକ ଐତିହାସିକ ଘଟଣା ବୋଲି କହିଛନ୍ତି, ଯାହାର ପ୍ରଭାବ କ୍ରିକେଟ୍ ପଡ଼ିଆକୁ ଯାଇଛି। ମୋଦି ଆହୁରି ଲେଖିଛନ୍ତି ଯେ, ଧୋନିଙ୍କ ଖେଳୁଆଡ ମନୋଭାବ ସତରେ ବିରଳ । ଏକ ଛୋଟ ସହରରୁ ସେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି । ଭାରତ ପାଇଁ ଗର୍ବ ଆଣିଛନ୍ତି । ଏପରିକି ହେୟାର ଷ୍ଟାଇଲରେ ଯାହା ପରିବର୍ତ୍ତନ କରିଥିଲେ ସର୍ବଦା ଥଣ୍ଡା ମିଜାଜରେ ଖେଳିଛନ୍ତି । ଏହାସହ ଧୋନି ଅବସର ପରେ ସାକ୍ଷୀ ଓ ଜୀଭାଙ୍କ ସହ ଅଧିକ ସମୟ ବିତାଇବେ ବୋଲି ମୋଦି ପତ୍ରରେ ଉଲ୍ଲେଖ କରିଛନ୍ତି ।

ମହେନ୍ଦ୍ର ସିଂ ଧୋନୀ ମଧ୍ୟ ମୋଦୀଙ୍କୁ ଟ୍ୱିଟରରେ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଧୋନୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଜଣେ କଳାକାର, ସୈନିକ ଓ ଖେଳାଳିଙ୍କୁ ପ୍ରଂଶସା କରାଯାଏ । କିନ୍ତୁ ସେମାନଙ୍କର ପରିଶ୍ରମ ଓ ବଳୀଦାନୁ ସମସ୍ତେ ଚିହ୍ନିବା ଆବଶ୍ୟକ । ଏହାସହ ସେ ପତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top