X
Breaking News
ଦେଶ

ବିବାହ କରିବେ ଇଶା: ଜାଣନ୍ତୁ କାହାର ହାତ ଧରିବେ ମୁକେଶ ଆମ୍ବାନୀଙ୍କ ଝିଅ

isha-ambani
Courtesy: www.thefamouspeople.com

ଏସିଆର ସବୁଠୁ ଧନୀ ଉଦ୍ୟୋଗପତିି ମୁକେଶ ଆମ୍ବାନୀଙ୍କ ଝିଅ ଇଶାଙ୍କର ବିବାହ ସ୍ଥିର ହୋଇସାରିଛି । ବଡ଼ ପୁଅର ବିବାହ ପରେ ଝିଅ ଇଶାଙ୍କର ହେବାକୁ ଯାଉଛି ଶୁଭ ପରିଣୟ । ଇଶା ଆମ୍ବାନୀଙ୍କ ବିବାହ ଜଣେ ବଡ଼ ଉଦ୍ୟୋଗପତି ଅଜୟ ପୀରାମଲଙ୍କ ପୁଅ ଆନନ୍ଦ ପୀରାମଲଙ୍କ ସହିତ ହେବ । ଚଳିତ ବର୍ଷ ଶେଷ ଆଡ଼କୁ ଅର୍ଥାତ ଡିସେମ୍ବରରେ ଇଶାଙ୍କ ବିବାହ ହୋଇପାରେ ବୋଲି ଶୁଣିବାକୁ ମିଳୁଛି ।

ପୀରାମଲ ପରିବାରର ବୋହୂ ହେବେ ଇଶା ଆମ୍ବାନୀ

Isha

Courtesy: http://www.zeebiz.com

ଆନନ୍ଦ ପୀରାମଲ ଭାରତୀୟ ଉଦ୍ୟୋଗପତି ଅଜୟ ପୀରାମଳଙ୍କ ପୁଅ । ଅଜୟ ପୀରାମଲ ହେଉଛନ୍ତୁି ପୀରାମଲ ଗ୍ରୁପ ଅଫ କମ୍ପାନୀର ପ୍ରମୁଖ । ଆମ୍ବାନୀ ଏବଂ ପୀରାମଲ ପରିବାର ପରଷ୍ପର ମଧ୍ୟରେ ଦୀର୍ଘ ୪୦ ବର୍ଷ ହେଲା ସମ୍ପର୍କ ରହିଛି । ପୀରାମଲ ଗ୍ରୁପ ଦେଶରେ ଟେକ୍ସଟାଇଲ କ୍ଷେତ୍ରରେ ଏକ ବଡ଼ ନାଁ । ଏହା ସହ ଫାର୍ମାସ୍ୟୁଟିକାଲ୍, ଫାଇନାନସିଆଲ ସର୍ଭିସେସ ଏବଂ ରିୟଲ ଇଷ୍ଟେଟ୍ ଭଳି ବ୍ୟବସାୟ ସହ ଯୋଡ଼ି ଅଛି ପୀରାମଲ କମ୍ପାନୀ ।

ଜାଣନ୍ତୁ ଆନନ୍ଦ ପୀରାମଲଙ୍କୁ
ଆନନ୍ଦ ପୀରାମଲ ହାବାର୍ଡ ବିଜନେସ ସ୍କୁଲରୁ ଗ୍ରାଜୁଏଟ୍ ପାସ୍ କରିଛନ୍ତି । ନିଜ ବାପାଙ୍କ କମ୍ପାନୀରେ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ହେଉଛନ୍ତି ଆନନ୍ଦ । ଗ୍ରାଜୁଏଟ ପାସ୍ କରିବା ପରେ ଦୁଇଟି ବିଜନେସ୍ ଆରମ୍ଭ କରିଥିଲେ । ଗୋଟିଏ ହେଉଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବ୍ୟବସାୟ ଏବଂ ଅନ୍ୟଟି ହେଉଛି ରିୟଲ ଇଷ୍ଟେଟ୍ ବିଜନେସ୍ । ଏବେ ଏହି ଦୁଇଟି ବ୍ୟବସାୟ ପୀରାମଲ ଏଣ୍ଟରପ୍ରାଇଜେସର ଅଂଶ ।

ମୁକେଶ ଆମ୍ବାନୀଙ୍କ ପାଖରୁ ପାଇଲେ ଗୁରୁ ମନ୍ତ୍ର
ଦିନେ ଆନନ୍ଦ ମୁକେଶ ଆମ୍ବାନୀଙ୍କୁ ପଚାରିଲେ କି ସେ ବିଜନେସ କରିବେ ନା କଂସୋଲଟେଣ୍ଟହେବେ । ମୁକେଶ ଆମ୍ବାନୀ କହିଳେ କଂସୋଲଟେଣ୍ଟର ଅର୍ଥ ହେଉଛି କ୍ରିକେଟରେ କମେଣ୍ଟ୍ରୀ କରିବା ସହ ସମାନ । କ୍ରିକେଟ ନ ଖେଳିବା ଲୋକ କମେଣ୍ଟ୍ରୀ କରିପାରିବେନି, ବିଜନେସ ନ କରି କଂସୋଲଟେଣ୍ଟ ହେବା ଠିକ୍ ସେମିତି ।

ବିଜନେସରେ ମାହିର ଇଶା
ରିଲିଆନ୍ସ ଜିଓର ଆଇଡିଆ ଦେଇଥିଲେ ଇଶା ଆମ୍ବାନୀ । ତାଙ୍କ ପାଖରେ ୟେଲ୍ ବିଶ୍ୱବିଦ୍ୟାଳୟର ଡିଗ୍ରୀ ଅଛି । ଏହା ସହ ଷ୍ଟାନଫୋର୍ଡର ବିଜନେସ୍ ଆଣ୍ଡ ଆଡମିନିଷ୍ଟ୍ରେସନ ପ୍ରୋଗ୍ରାମର ମାଷ୍ଟର୍ସ ଡିଗ୍ରୀ ମଧ୍ୟ ରହିଛ ଇଶାଙ୍କର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top