X
Breaking News
ଦେଶ

ମୁମ୍ବାଇରେ ଭୟବହ ଅଗ୍ନିକାଣ୍ଡ, ଜଳିଗଲା ୬ କାର୍‌

fire mishap

ମୁମ୍ବାଇ: ଭୟାବହ ଅଗ୍ନିକାଣ୍ଡ ଘଟି 6ଟି କାର୍‌ ଭସ୍ମିଭୂତ । ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ମହାଲକ୍ଷ୍ମୀ ରେଳ ଷ୍ଟେସନ୍‌ ନିକଟରେ ଅଗ୍ନି କାଣ୍ଡ ଘଟିଛି । ଏକ କାର୍‌ ସର୍ଭିସ ଷ୍ଟସନରେ ଅଗ୍ନିକାଣ୍ଡ ଘଟିଛି । ନିଆଁର ପ୍ରକୋପ ଏତେ ଭୟାବହ ଥିଲା ଯେ, ଖୁବ୍‌ କମ୍‌ ସମୟ ମଧ୍ୟ ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡର ଖବର ପାଇଁ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁ ପୋଡ଼ି ନଷ୍ଟ ହୋଇସାରିଥିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ । ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି । ଏହି ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ 6 ଦାମି କାର୍‌ ପୋଡ଼ିଯାଇଛି । ନିଆଁ ଲାଗିଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡ଼ିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top