ଅପରାଧ

ସୋଇଥିବା ବେଳେ ବ୍ୟକ୍ତିଙ୍କୁ ହତ୍ୟା, ପୋଲିସ୍‌ର ତଦନ୍ତ ଜାରି

ରାୟଗଡା: ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା କାଞ୍ଚନଭଟା ଗ୍ରାମରେ ଅଭାବନୀୟ ଘଟଣା । ଗ୍ରାମର ସୁନ୍ଦରଫୁଲ ଗୌଡ଼ ତାଙ୍କ ଘରେ ସୋଇଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୁନ୍ଦରଙ୍କ ପାଟି ଶୁଣି ପରିବାର ଲୋକ ଆସି ଦେଖିଲା ବେଳକୁ ସୁନ୍ଦରଫୁଲ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିଲେ । ତାର କିଛି ସମୟ ପରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଖବର ପାଇ ଅମ୍ବାଦଳା ପୋଲିସ ଓ ବିଷମକଟକ SDPOଙ୍କ ସମେତ ରାୟଗଡାରୁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟା କାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top