ଦେଶ

ଅଯୋଧ୍ୟା: ମୁସଲିମ୍‌ ପର୍ସନାଲ ଲ ବୋର୍ଡ ବୈଠକରେ ଫାଟ, ସାମିଲ ହେଲେନି ଅନେକ ନେତା

muslim

ନୂଆଦିଲ୍ଳୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ପୁନର୍ବିଚାର ଯାଚିକା ଆବେଦନ କରିବା ନେଇ ମୁସଲିମ୍‌ ବୈଠକ ବସିଛି । ମୁସଲିମ୍‌ ପର୍ସନାଲ ଲ ବୋର୍ଡର ବୈଠକ ଜାରୀ ରହିଛି । ବୈଠକ ପରେ ପୁନର୍ବିଚାର ଯାଚିକା ଆବେଦନ କରାଯିବ କି ନାହିଁ ସେ ବିଷୟରେ ଘୋଷଣା କରାଯିବ । ତେବେ ଏହି ବୈଠକରେ  ମୁସଲିମ୍‌ ପକ୍ଷମାନଙ୍କ ମଧ୍ୟରେ ଯାଚିକାକୁ ନେଇ ସହମତି ପ୍ରକାଶ ପାଉ ନାହିଁ ଯାହାଦ୍ୱାରା ଫାଟ ସୃଷ୍ଟି ହେବା ନଜରକୁ ଆସିଛି ।

ଦେଶର ସର୍ବୋଚ୍ଚ ଅଦାଲତଙ୍କ ରାୟ ବିରୋଧରେ ମୁସଲିମ୍‌ ପକ୍ଷ ପୁନର୍ବିଚାର ଯାଚିକା ଆବେଦନ କରିବା ନେଇ ନିଷ୍ପତି ନେବାକୁ ବାହାରିବା ସମୟରେ ମୁସଲିମ୍‌ ପକ୍ଷର ବିଭିନ୍ନ ନେତା ଏଥିରେ ସହମତ ହୋଇନାହାନ୍ତି। ଇକବାଲ୍‌ ଅନସାରୀ, ମାମଲାର ଅନ୍ୟତମ ପକ୍ଷ ଫିରିଙ୍ଗି ମାହାଲି ମୁସଲିମ୍‌ କ୍ଲର୍କ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏନେଇ ଦିଲ୍ଲୀରେ ହେବାକୁ ଥିବା ବୈଠକକୁ ଆଜି ଲଖନୌରେ ମୁସିଲିମ୍‌ ଶିକ୍ଷାନୁଷ୍ଠାନରେ କରାଯାଇଛି। ଯେଉଁଥିରେ ସାମିଲ ହୋଇଥିବା କିଛି ନେତା ବୈଠକରୁ ଉଠି ଚାଲି ଯାଇଥିବା ନେଇ ସୂଚନା ଆସିଛି। ତେବେ ଏନେଇ ମୁସଲିମ୍‌ ପର୍ସନାଲ ଲ ବୋର୍ଡ ପକ୍ଷରୁ କୁହାଯାଇଛି ସେଭଳି କିଛି ହୋଇନି। ବୈଠକର ସ୍ଥାନକୁ ନେଇ ସମସ୍ୟା ରହିଛି। ଚୂଡାନ୍ତ ନିଷ୍ପତି ଆଜି ଅପରାହ୍ନରେ ସାଂବାଦିକ ସମ୍ମିଳନୀ ଜରିଆରେ ଜଣାଇ ଦିଆଯିବ। ସୁପ୍ରିମକୋର୍ଟ ରାୟରେ ସାରା ଦେଶ ସନ୍ତୁଷ୍ଟ ଥିବା ବେଳେ କିଛି ହୀନ ଚକ୍ରାନ୍ତକାରୀ ନେତା ଏହାକୁ ନେଇ ରାଜନୀତି କରିବାକୁ ଏପରି ଅପଚେଷ୍ଟା କରୁଥିବା ମୁସଲିମ୍‌ ନେତା ଅଭିଯୋଗ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top