ଦେଶ

ଭୂସ୍ଖଳନ ଘଟି 50 ମୃତ

ନୂଆଦିଲ୍ଲୀ: ମିଆଁମାରର ଏକ ପଥର ଖଣିରେ ଭୁସ୍ଖଳନ  ଘଟି ପାଖାପାଖି  50 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ବହୁ ଶ୍ରମିକ ମଧ୍ୟ ଚାପି ହୋଇଥିବା  ଆଶଙ୍କା କରାଯାଉଛି । ଅଗ୍ନିଶମ ବିଭାଗ ଏବଂ ସୂଚନା ମନ୍ତ୍ରାଳୟର  ଏକ କର୍ମଚାରୀ ଏହି ସୂଚନା ଦେଇଛନ୍ତି । କାଚିନ୍‌ ରାଜ୍ୟର ଜେଡ୍‌-ସମୃଦ୍ଧ ହାମ୍ପାକାନ୍ତ ଅଞ୍ଚଳରେ ଶ୍ରମିକ ଜେଡ ପଥର ସବୁ ଏକାଠି କରୁଥିଲେ ।  ଏହି ସମୟରେ  ପ୍ରବଳ ବର୍ଷା କାରଣରୁ  ଭୂସ୍ଖଳନ ଘଟିଥିଲା ।  ଯାହାଦ୍ୱାରା ଶ୍ରମିକମାନେ ଏହା ତଳେ ଦବିଯାଇଥିଲେ ।

ଅଗ୍ନିଶମ ବିଭାଗ ଏହାର ସୂଚନା  ନିଜ ଫେସବୁକ୍‌ ପୋଷ୍ଟରେ ଦେଇଥିଲେ ।  ପୋଷ୍ଟରେ କହାଯାଇଥିଲା ଯେ,  ଏପର୍ଯ୍ୟନ୍ତ 50 ଶବ ବାହାର କରାଯାଇଛି ।  ତେବେ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି ଓ ଚାପି ହୋଇ ରହିଥିବା  ଲୋକମାନଙ୍କୁ ବାହାର କରାଯାଉଛି ।  ଏଠି କହିରଖୁଛୁ ଯେ,  ଏହି ପୁରା ଅଞ୍ଚଳର  ତଦାରଖ ଠିକ୍‌ରେ କରା ନଯିବା କାରଣରୁ ଏଠାରେ ବର୍ଷା ହେବା ସମୟରେ ଭୂସ୍ଖଳନ ଲଗାତାର ଘଟିଥାଏ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top