ଧର୍ମ

ସାକ୍ଷୀ ରହିଛି କିମ୍ବଦନ୍ତୀ ! ଏମିତି ମନ୍ଦିର ଯେଉଁଠି ଭଗବାନ୍ କାନ୍ଦନ୍ତି, ଏହି ୫ ରହସ୍ୟ ଜାଣିବାରେ ବୈଜ୍ଞାନିକ ଫେଲ୍

ଅର୍ଗସ ବ୍ୟୁରୋ : ରହସ୍ୟମୟୀ ମନ୍ଦିରରେ ପୂର୍ଣ୍ଣ ଭାରତ। ଏହି ମନ୍ଦିର ଗୁଡିକର ଏଭଳି କିଛି ରହସ୍ୟମୟୀ ତଥ୍ୟ ଲୁଚି ରହିଛି ଯାହାକୁ ବୁଝିବାକୁ ମନୁଷ୍ୟ ଆଜି ଯାଏଁ ଅସମର୍ଥ। ଆଜି ଆମେ ଆପଣଙ୍କୁ ଏଭଳି କିଛି ରହସ୍ୟମୟୀ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହାର କିମ୍ବଦନ୍ତୀ କୁହେ ଅଦ୍ଭୁତ କାହାଣୀ। ଏହି ସବୁ ମନ୍ଦିର ଭିତରୁ ଗଢମୁକ୍ତେଶ୍ଵର ସ୍ଥିତ ପ୍ରାଚୀନ ଗଙ୍ଗା ମନ୍ଦିର, ବକ୍ସରର ତ୍ରିପୁର ସୁନ୍ଦରୀ ମନ୍ଦିର, ଟିଟଲାଗଡର ରହସ୍ୟମୟୀ ଶିବ ମନ୍ଦିର, କଙ୍ଗଡାର ଭୈରବ ମନ୍ଦିର ଅନ୍ୟତମ।

ଗଢମୁକ୍ତେଶ୍ଵରର ପ୍ରାଚୀନ ଗଙ୍ଗା ମନ୍ଦିର

ଗଢମୁକ୍ତେଶ୍ଵରର ପ୍ରାଚୀନ ଗଙ୍ଗା ମନ୍ଦିରର ରହସ୍ୟ ଆଜି ଯାଏଁ କେହି ବୁଝିବାକୁ ସମର୍ଥ ହୋଇ ନାହାଁନ୍ତି। ଏହି ମନ୍ଦିରରେ ସ୍ଥାପିତ ହୋଇଥିବା ଶିବ ଲିଙ୍ଗ ଉପରେ ପ୍ରତି ବର୍ଷ ଏକ ଅଙ୍କୁର ସୃଷ୍ଟି ହୁଏ। ଶିବ ଲିଙ୍ଗରୁ ଅଙ୍କୁର କିଭଳି ବାହାରୁଛି ତାହାକୁ ଆଜି ଯାଏଁ କେହି ବୁଝି ପାରି ନାହାଁନ୍ତି। କେବଳ ସେତିକି ନୁହେଁ ଏହି ମନ୍ଦିରର ଆଉ ଏକ ବିଶେଷତ୍ଵ ହେଉଛି ଏହି ମନ୍ଦିରର ସିଡ଼ି ଉପରକୁ ଯଦି କେହି ପଥର ଫୋପାଡ଼େ ତେବେ ପାଣିରେ ପଥର ଫୋପାଡ଼ିଲା ଭଳି ଶବ୍ଦ ହୁଏ। ଏଭଳି ପ୍ରତୀତ ହୁଏ ଯେପରି ଗଙ୍ଗା ମାତା ମନ୍ଦିରର ସିଡ଼ି ଦେଇ ପ୍ରବାହିତ ହୋଇଛନ୍ତି।

ତ୍ରିପୁର ସୁନ୍ଦରୀ

ବିହାରର ବକ୍ସରରେ ପ୍ରାୟ ୪୦୦ ବର୍ଷ ପୁରୁଣା ମା ତ୍ରିପୁରା ସୁନ୍ଦରୀ ମନ୍ଦିର ରହିଛି। ଭବାନୀ ମିଶ୍ର ନାମକ ଜଣେ ତାନ୍ତ୍ରିକ ଏହାର ସ୍ଥାପନା କରିଥିବା କଥା ପ୍ରଚଳନ ରହିଛି। ଏହି ମନ୍ଦିରରେ ପ୍ରବେଶ କରିବା ମାତ୍ରେ ଆପଣଙ୍କୁ ଏକ ସ୍ଵତନ୍ତ୍ର ଶକ୍ତି ପ୍ରବାହିତ ହେଉଥିବା ଅଭାସ ହେବ। ଏହି ମନ୍ଦିରରେ ମଧ୍ୟ ରାତ୍ରୀରେ କିଛି ଧ୍ଵନି ଶୁଣାଯାଏ। କୁହାଯାଏ ଦେବୀ ମା ମାନେ ବାର୍ତ୍ତାଳାପ କରନ୍ତି ତେଣୁ ସେମାନଙ୍କର କଥାବାର୍ତ୍ତା ଶୁଣାଯାଏ। ସେଠାକାର ସ୍ଥାନୀୟ ଲୋକ କୁହନ୍ତି ଯେ ସେମାନଙ୍କୁ ଦେବୀ ମାଙ୍କର ଏହି କଥାବାର୍ତ୍ତା ସ୍ପଷ୍ଟ ରୂପରେ ଶୁଣାଯାଏ। ଏହି ମନ୍ଦିରର ରହସ୍ୟକୁ ନେଇ ପ୍ରତ୍ନତ୍ତତ୍ଵ ବିଭାଗ ବହୁ ପରୀକ୍ଷଣ କରିଛନ୍ତି। କିନ୍ତୁ ପରିଶେଷରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

ଓଡ଼ିଶାର ଟିଟଲାଗଡ଼

ଟିଟଲାଗଡ଼କୁ ଓଡ଼ିଶାର ତତଲା ହାଣ୍ଡି କୁହାଯାଏ। ଟିଟଲାଗଡ଼ରେ ଏଭଳି ଏକ ପାହାଡ଼ ରହିଛି ଯେଉଁଠାରେ ଏକ ରହସ୍ୟମୟୀ ଶିବ ମନ୍ଦିର ରହିଛି। ଏହି ଶିବ ମନ୍ଦିର ପଥର ଚଟାଣ ଉପରେ ଥିବାରୁ ସୂର‌୍ୟ୍ୟଙ୍କର ପ୍ରଖର କିରଣରେ ଏଠାରେ ପ୍ରବଳ ଗରମ ଅନୁଭୂତ ହୁଏ। କିନ୍ତୁ ମନ୍ଦିର ଭିତରେ ଏହାର ପ୍ରଭାବ ପଡ଼େ ନାହିଁ ବରଂ ଥଣ୍ଡା ଅନୁଭୂତ ହୋଇଥାଏ। ତେବେ ମନ୍ଦିର ପରିସରରେ କେବଳ ଏହାର ପ୍ରଭାବ ରୁହେଁ। ମନ୍ଦିର ବାହାରକୁ ଗଲେ ଆପଣଙ୍କୁ ସୁର‌୍ୟ୍ୟଙ୍କର ପ୍ରଚଣ୍ଡ କିରଣରେ ପୁଣି ଥରେ ଗରମ ଅନୁଭୁତ ହେବ। ଯାହାର ରହସ୍ୟ ଆଜି ଯାଏଁ କେହି ଖୋଜି ପାଇ ନାହାଁନ୍ତି।

କାଙ୍ଗଡ଼ାର ବଜ୍ରେଶ୍ଵରୀ ମନ୍ଦିର

କାଙ୍ଗଡ଼ାର ବଜ୍ରେଶ୍ଵରୀ ମନ୍ଦିର ଭିତରେ ଭୈରବ ବାବାଙ୍କର ଏକ ପ୍ରତିମା ପୂଜା ପାଆନ୍ତି। ଏଠାରେ ମାନ୍ୟତା ରହିଛି ଯେ, ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ଯଦି କୌଣସି ସମସ୍ୟା ଆସେ ତେବେ ଭୈରବ ବାବାଙ୍କ ଆଖିରୁ ଅଶ୍ରୁ ନିର୍ଗତ ହୁଏ। ଏହା ଦ୍ଵାରା ସ୍ତାନୀୟ ଲୋକମାନେ ସତର୍କ ହୋଇ ଯାଆନ୍ତି। ଏହି ମନ୍ଦିରରେ ସ୍ତାପନା ହୋଇଥିବା ମନ୍ଦିର ୫ ହଜାର ବର୍ଷ ପୁରୁଣା ବୋଲି କୁହାଯାଉଛି।

ତାମିଲନାଡ଼ୁର ଐରାବତେଶ୍ଵରୀ ମନ୍ଦିର

ତାମିଲନାଢୁର ଐରାବତେଶ୍ଵରୀ ମନ୍ଦିରର ନିର୍ମାଣ ଚୋଳ ରାଜା କରିଥିଲେ। ଏହି ମନ୍ଦିରର ସିଡ଼ିରୁ ସଙ୍ଗୀତ ଗୁଞ୍ଜରିତ ହେଉଥିବା ଶୁଣାଯାଏ। କୁହାଯାଏ ଏହି ମନ୍ଦିରକୁ ଏକ ଖାସ୍ ବାସ୍ତୁଶୈଳୀରେ ନିର୍ମାଣ କରାଯାଇଛି। ମନ୍ଦିରର ତିନୋଟି ଏଭଳି ସିଡ଼ି ରହିଛି ଯେଉଁଠାରେ ଜୋରରେ ପାଦ ରଖିଲେ ସଙ୍ଗୀତର ଧ୍ଵନି ଶୁଣାଯାଏ। ଏହି ମନ୍ଦିର ଭୋଳାନାଥଙ୍କ ଉଦ୍ଦେଶ୍ୟରେ ସମର୍ପିତ। କିମ୍ବଦନ୍ତୀ ଅନୁଯାୟୀ, ଇନ୍ଦ୍ରଙ୍କ ଐରାବତ ହସ୍ତୀ ଏଠାରେ ମହାଦେବଙ୍କ ପୂଜା କରିଥିଲା। ଏହି କାରଣରୁ ମନ୍ଦିରର ନାମ ଐରାବତେଶ୍ଵର ମନ୍ଦିର ରଖାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top