ଦେଶ

N-95 ମାସ୍କ ନିର୍ମାତା, ଆମଦାନୀକାରୀ ଏବଂ ଯୋଗାଣକାରୀଙ୍କୁ ମୂଲ୍ୟରେ ସମାନତା ବଜାୟ ରଖିବାକୁ NPPAର ନିର୍ଦ୍ଧେଶ

ନୂଆଦିଲ୍ଲୀ : ଦେଶରେ କୋରୋନା ସଂକ୍ରମଣକୁ ହରେଇବା ପାଇଁ ଜାରି ରହିଛି ଲକଡାଉନର ଚତୁର୍ଥ ପର୍ଯ୍ୟାୟ। କେନ୍ଦ୍ର ସରକାର ଏହି ସଂକ୍ରମଣକୁ ରୋକିବା ପାଇଁ ଅନେକ ପଦକ୍ଷେପ ନେଇଥିଲେ ସୁଧ୍ଯା ଏଥିରେ ରୋକ ଲାଗୁନାହିଁ। ଧୀରେ ଧୀରେ ଭାରତରେ କାୟା ବିସ୍ତାର କରୁଛି ଏହି ସଂକ୍ରମଣ। ଅନେକ ରାଜ୍ୟ ଏବେ ଲୋକଙ୍କ ପାଇଁ ଲକଡାଉନ ନିୟମରେ କୋହଳ କରୁଥିବାରୁ ଲୋକମାନେ ବାହାରକୁ ଆସୁଛନ୍ତି। ତେଣୁ ଏହି ସମୟରେ ଦେଶରେ ଅଧିକ ମାତ୍ରରେ ମାସ୍କର ଆଵଶ୍ୟକତା ରହିଛି । ଏ ନେଇ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି, (ଏନପିପିଏ) N-95 ମାସ୍କର ଉତ୍ପାଦକ ସଂସ୍ଥା, ଆମଦାନୀକାରୀ ଏବଂ ଯୋଗାଣକାରୀଙ୍କୁ ସରକାରୀ ମୂଲ୍ୟରେ ସମାନତା ବଜାୟ ରଖିବାକୁ ଏବଂ ଉଚିତ ମୂଲ୍ୟରେ ବଜାରରେ ଏହାର ଉପଲବ୍ଧ କରାଇବାକୁ କହିଛନ୍ତି।

NPPA ପକ୍ଷରୁ କୁହାଯାଇଛି ଯେ ହୋର୍ଡିଂ, ବ୍ଲାକ୍ ମାର୍କେଟିଂ ଏବଂ N-95 ମାସ୍କର ଅଧିକ ମୂଲ୍ୟର କୌଣସି ଉଦାହରଣକୁ ଅଣଦେଖା କରାଯିବ ନାହିଁ। ଏହାକୁ ଗମ୍ଭୀରତାର ସହ ନିଆଯିବ ଏବଂ ଏସେନସିଆଲ୍ କମୋଡିଟିସ୍ ଆକ୍ଟ, 1955 ଅନୁଯାୟୀ ସରକାରଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କର୍ତ୍ତୃପକ୍ଷ କହିଛନ୍ତି, COVID-19 ସଂକ୍ରମଣ ପରିସ୍ଥିତି ଉପୁଜିବା ପରେ ସରକାର ପର୍ଯ୍ୟାପ୍ତ ପରିମାଣରେ N-95 ମାସ୍କ ଯୋଗାଣ ନିଶ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି। ସରକାର ଉତ୍ପାଦନକାରୀ, ଆମଦାନୀକାରୀ, ଯୋଗାଣକାରୀଙ୍କ ଠାରୁ ଅଧିକ ମାତ୍ରାରେ ଉଚିତ ମୂଲ୍ୟରେ ସିଧାସଳଖ N-95 ମାସ୍କ କ୍ରୟ କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top