ନ୍ୟୁଜ୍

ଆଜି ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ

strike

ଢ଼େଙ୍କାନାଳ: ଜୋର ଧରିଲା ଢେଙ୍କାନାଳ ପୁରୁଣା ମେଡିକାଲ ବିଲଡ଼ିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବି । ଏନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଇଛି । ଏହି ବନ୍ଦକୁ ସମର୍ଥନ କରୁଛି ଢେଙ୍କାନାଳ ଓକିଲ ସଂଘ, ମିଳିତ ବଜାର ପୂଜା କମିଟି, ବଣିକ ସଂଘ ଓ ରାଜନୈତିକ ଦଳ ।

ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ ରହିବ । ଗାଡ଼ି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିବ । ତେବେ ଏହି ବନ୍ଦକୁ ଓକିଲ, ବ୍ୟବସାୟୀ, ବରିଷ୍ଠ ନାଗରିକ ସଂଘ ସହ ବିଭିନ୍ନ ଅନୁଷ୍ଠାନ ନିଜ ସମର୍ଥନ ଜଣାଇଛନ୍ତି । ସରକାର ଦାବି ପୂରଣ କଲେ ଆନ୍ଦୋଳନ ସ୍ଥଗିତ ରହିବବୋଲି କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top