ଦେଶ

ପାକିସ୍ତାନ ଆକାଶପଥରେ ମୋଦିଙ୍କ ବିମାନ ଉଡ଼ାଣ ପାଇଁ ଅନୁମତି ଦେଲାନି ପାକ୍‌

modi

ନୂଆଦିଲ୍ଳୀ: ପାକିସ୍ତାନ ତାର ହରକତ୍‌ରୁ ବାଦ୍‌ ପଡୁ ନାହିଁ । ପାକିସ୍ତାନ ଆକାଶପଥରେ ମୋଦିଙ୍କ ବିମାନ ଉଡ଼ାଣକୁ ମନା କରିଦେଇଛି ପାକିସ୍ତାନ । ପାକିସ୍ତାନର ଆକାଶପଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ଉଡ଼ାଣ ପାଇଁ ପାକିସ୍ତାନକୁ ଅନୁମତି ମାଗିଥିଲା ଭାରତ । ମାତ୍ର ପାକିସ୍ତାନ  ଅନୁମତି ଦେଇନାହିଁ । ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଯିବେ । ମୋଦୀଙ୍କ ବିମାନ ପାକ୍‌ ଆକାଶପଥ ଦେଇ ଯିବାର ଯୋଜନା ଥିବା ହେତୁ ଭାରତ ପକ୍ଷରୁ ପାକିସ୍ତାନକୁ ଅନୁମତି ମଗାଯାଇଥିଲା। ସେପ୍ଟେମ୍ବର ୨୧ରୁ ୨୭ ତାରିଖ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତ କରିବାର ଯୋଜନା ରହିଛି। କିନ୍ତୁ ପାକ୍‌ ପାକିସ୍ତାନ ଆକାଶପଥରେ ମୋଦିଙ୍କ ବିମାନ ଉଡ଼ାଣ ଅନୁମତି ଦେବାକୁ ମନା କରିଛି ।

ପୂର୍ବରୁ  ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିମାନ ଆଇସ୍‌ଲାଣ୍ଡ୍‌ ଯିବାକୁ ଥିବା ବେଳେ ପାକ୍‌ ଆକାଶପଥରେ ଉଡ଼ାଣ ପାଇଁ ଭାରତ ଅନୁମତି ମାଗିଥିଲା। ମାତ୍ର କୋବିନ୍ଦଙ୍କ ବିମାନ ଉଡ଼ାଣକୁ ଅନୁମତି ଦେଇନଥିଲା ପାକ୍‌। ଏବେ ମଧ୍ୟ ଅନୁରୂପ ଘଟଣା ଘଟିଛି । ସୂଚନାମୁତୋବକ, ନିକଟରେ ଅଗଷ୍ଟ ୫ ତାରିଖରେ ଭାରତ ସରାକାର ଜମ୍ମୁ-କଶ୍ମୀରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକ୍‌ର ଉତ୍ତେଜନା ଆହୁରି ବୃଦ୍ଧିପାଇବାରେ ଲାଗିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top