ଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ  ଦିନରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ମୋଦିଙ୍କ 70 ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇ  ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରୁଛି ପ୍ରଧାନମନ୍ତ୍ରୀଙ୍କୁ  ଦିର୍ଘାୟୁ ହେବାର ଆସିର୍ବାଦ କରନ୍ତୁ,  ସେ ଆହୁରି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ଖାଲି ଆମ ଦେଶର ନୁହେଁ ସାରା ବିଶ୍ୱର  ଜଣେ  କଲ୍ୟାଣକାରି ଜନନେତା ବା ଶକ୍ତିଶାଳୀ ଜନନେତା ଭାବେ ପରିଚୟ ଲାଭ କରିଛନ୍ତି । ତାଙ୍କ ଜୀବନ ଆମ ସମସ୍ତଙ୍କୁ ପ୍ରେରିତ କରିଆସୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏଥିସହ ଗୁରୁବାର ସକାଳୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନର ଅଭିନନ୍ଦନ ବାର୍ତ୍ତାର ସୁଅ ଛୁଟିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ବଡ ନେତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି କହିଛନ୍ତି ଯେ ଦେଶର ସେବା ତଥା ଗରିବ କଲ୍ୟାଣ ପାଇଁ ସମର୍ପିତ ଥିବା ଦେଶର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ମୋଦୀ ଜୀ ରୂପରେ ଦେଶ ଏପରି ଏକ ନେତୃତ୍ୱ ପାଇଛି ଯାହା  ଲୋକକଲ୍ୟାଣକାରୀ  ଯୋଜନାରୁ  ବଞ୍ଚିତ ଶ୍ରେଣୀକୁ ବିକାଶର ମୁଖ୍ୟ ସ୍ରୋତ ସହିତ ଯୋଡି ଏକ ଶକ୍ତିଶାଳୀ ଭାରତର ମୂଳଦୁଆ ପକାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top