ଦେଶ

ଦିଲ୍ଲୀ ହିଂସାକାଣ୍ଡକୁ ନେଇ ସ୍ଥିତି ସମୀକ୍ଷା କଲେ ମୋଦି, ଯଥାଶୀଘ୍ର ଶାନ୍ତି ଫେରାଇ ଆଣିବାକୁ ନିବେଦନ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ସ୍ଥିତି ସମୀକ୍ଷା କରିଛନ୍ତି । ଖୁବ୍‌ ଶୀଘ୍ର ଦିଲ୍ଲୀରେ ଶାନ୍ତି ଫେରାଇ ଆଣିବାକୁ ସେ ପରମର୍ଶ ଦେଇଛନ୍ତି । ହିଂସାକାଣ୍ଡକୁ ନେଇ ଟ୍ୱିଟ୍‌ ମାଧ୍ୟମରେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ, ଶାନ୍ତି ସଦ୍‍ଭାବନା ହେଉଛି ଦେଶର ମୌଳିକ ଭିତ୍ତିଭୂମି ଓ ପ୍ରତ୍ୟେକଙ୍କୁ ଶାନ୍ତି ଏବଂ ଭ୍ରାତୃଭାବକୁ ବଜାୟ ରଖିବାକୁ ହେବ । ତେରୁ ଶାନ୍ତି ଫେରାଇଆଣିବାକୁ ସେ ହିଂସାକାରୀଙ୍କୁ ନିବେଦନ କରିଛନ୍ତି । ଶାନ୍ତି ଓ ସ୍ୱାଭାବିକ ଅବସ୍ଥା ଯଥାଶୀଘ୍ର ଫେରିଆସିବା ଉଚିତ୍‌ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ହିଂସାକୁ ରୋକିବା ପାଇଁ ପୋଲିସ ଓ ଆଇନ୍‍ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାମାନେ କାର୍ଯ୍ୟ କରୁଛନ୍ତି ।

ଅନ୍ୟପକ୍ଷରେ ଉତ୍ତରପୂର୍ବ ଦିଲ୍ଲୀରେ ସ୍ୱାଭାବିକ ପରିସ୍ଥିତି ଫେରିଆସିଥିବା ଦିଲ୍ଲୀ ପୋଲିସ୍‍ କମିଶନର ଅମୂଲ୍ୟ ପଟ୍ଟନାୟକ କହିଛନ୍ତି । ବରିଷ୍ଠ ଅଫିସରମାନେ ଘଟଣା ସ୍ଥଳରେ ଉପସ୍ଥିତ ରହିବା ସହ ଏକ୍ସଟ୍ରା ଫୋର୍ସ ମୁତୟନ କରାଯାଇଛି । ଲୋକମାନଙ୍କ ମନରୁ ଭୟ ଦୂର କରିବା ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top