ଜୀବନ ମନ୍ତ୍ର

ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ପାସୱାର୍ଡ ମାଗିଲେ ୟୁଜର, ମିଳିଲା ଏମିତି ଜବାବ

narendra-modi

ନୂଆଦିଲ୍ଲୀ: ପୂର୍ବ ପ୍ରତିଶ୍ରୁତି ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଟ୍ୱିଟର ଆକାଉଣ୍ଟ ପ୍ରେରଣାଦାୟୀ ମହିଳାମାନଙ୍କୁ ଅର୍ପଣ କରିଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାମାନଙ୍କ ଉଦ୍ଦେଶ୍ୟରେ ମୋଦି ନିଜର ସୋସିଆଲ ମିଡିଆ ଆକାଉଣ୍ଟ ସମର୍ପଣ କରିବେ ବୋଲି ପୂର୍ବରୁ କହିଥିଲେ । ତେଣୁ ଆଜି ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ବହୁ ଜଣାଶୁଣା ମହିଳା ଚଳାଉଛନ୍ତି ।

ଆଜି ମହିଳା ଶକ୍ତିକୁ ସମ୍ମାନ ଜଣାଇ ମୋଦି କହିଥିଲେ, ‘ଅଭୂତପୂର୍ବ ନାରୀଶକ୍ତିକୁ ପ୍ରଣାମ ଜଣାଉଛି । ପୂର୍ବ ଯୋଜନା ମୁତାବକ୍‌ ଆଜି ମୁଁ ମୋ ଆକାଉଣ୍ଟ ସାଇନ୍‌ ଅପ୍‌ କରିବା ସହ ଆଜି ମହିଳାମାନେ ନିଜ ସଂଘର୍ଷମୟ କାହାଣୀ ଏବଂ ସଫଳତାର ରାଜ ମୋ ଆକାଉଣ୍ଟ ମାଧ୍ୟମରେ ସାରା ବିଶ୍ୱକୁ ଜଣାଇବେ ।’

ଏହାପରେ ଚେନ୍ନାଇର ସ୍ନେହା ମୋହନଦାସ ମୋଦିଙ୍କ ଆକାଉଣ୍ଟ ପରିଚାଳନା କରିଥିଲେ । ସ୍ନେହା ଚେନ୍ନାଇରେ କିଛି ବ୍ୟାଙ୍କ ଚଲାଇବା ସହ ମହିଳାମାନଙ୍କୁ ସ୍ୱାବଲମ୍ବୀ ହେବାକୁ ପ୍ରେରଣା ଦେଉଛନ୍ତି । ମୋଦିଙ୍କ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍‌ କରି ମୋଦିଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି ବୋଲି କହିଛନ୍ତି । ଏହାପରେ ଦେଶର ପ୍ରତି ମହିଳାଙ୍କୁ ଆଗକୁ ଆସିବା ସହ ତାଙ୍କ ସହ ଯୋଡ଼ି ହେବାକୁ ଆହ୍ୱାନ ଦେଇଥିଲେ ସ୍ନେହା ।

ଅନ୍ୟଜଣେ ୟୁଜର ସ୍ନେହାଙ୍କୁ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ଡିଟେଲ୍ସ ମାଗିଥିଲେ । ବିକ୍ରାନ୍ତ ଭଦୋରିୟା ନାମକ ଜଣେ ୟୁଜର ସ୍ନେହାଙ୍କୁ ମୋଦିଙ୍କ ଟ୍ୱିଟର ଆକାଉଣ୍ଟର ପାସୱାର୍ଡ ମାଗିଥିଲେ । ନ୍ୟୁ ଇଣ୍ଡିଆ, ଲଗ୍‌ ଇନ୍‌ କରି ଦେଖନ୍ତୁ ବୋଲି ଉତ୍ତର ଦେଇଥିଲେ ସ୍ନେହା । ସ୍ନେହା ମୋହନଦାସଙ୍କ ଏହି ଜବାବ ଏବେ ଭାଇରାଲ ହେବାରେ ଲାଗିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top