ଟେକ୍ନୋଲୋଜି

ବିକ୍ରମକୁ ଠାବ କରିବାରେ ନାସା ବିଫଳ

chandrayaan-2

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ସଂଙ୍ଗଠନ (ଇସ୍ରୋ) ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ କରିବା ପାଇଁ ଚେଷ୍ଠା ଚାଲିଥିଲେ ମଧ୍ୟ ସମ୍ପର୍କ ହୋଇପାରୁ ନାହିଁ । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ଅର୍ବିଟର LRO ଲ୍ୟାଣ୍ଡର ବିକ୍ରମକୁ ବର୍ତ୍ତମାନ ପର୍ଯ୍ୟନ୍ତ ଠାବ କରିପାରିନାହିଁ।

ଲ୍ୟାଣ୍ଡର ବିକ୍ରମର ଅବତରଣ ସ୍ଥାନ ଦେଇ ନାସାର ଅର୍ବିଟର ଅତିକ୍ରମ କରିଥିବାବେଳେ ଏହାର ଠାବ କରଯାଇପାରି ନାହିଁ । ଗତ ସେପ୍ଟେମ୍ବର ୭ ତାରିଖରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସମୟରେ ତ୍ରୁଟି ପରିଲକ୍ଷିତ ହୋଇଥିଲା।

ବିକ୍ରମ ଚନ୍ଦ୍ରପୃଷ୍ଠଠାରୁ ମାତ୍ର ୨.୧ କିଲୋମିଟର ଦୂରରେ ଥିବାବେଳେ ସାମାନ୍ୟ ତ୍ରୁଟି ଯୋଗୁ ସମ୍ପର୍କ ଛିନ୍ନ ହୋଇଥିଲା । ପୁଣିଥରେ ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ସ୍ଥାପନ ଲାଗି ଇସ୍ରୋ ଉଦ୍ୟମ ଜାରି ରଖିଛି। ତେବେ ଚନ୍ଦ୍ରପୃଷ୍ଠରେ ହିଁ ବିକ୍ରମ ରହିଛି। ଅର୍ବିଟର ପୂର୍ବରୁ ଥର୍ମାଲ ଫଟୋ ଇସ୍ରୋକୁ ପଠାଇଛି । ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ଲାଗି ଆଉ ମାତ୍ର ୨ ଦିନ ଥିବାବେଳେ ଏବେବି ଯୋଗାଯୋଗ ସମ୍ଭବପର ହୋଇପାରିନି।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top