ଦେଶ

ଆଜି ମଧ୍ୟରାତ୍ରୀରୁ ଦେଶବ୍ୟାପୀ ଲାଗୁ ହୋଇଯିବ ଫାଷ୍ଟ୍ୟାଗ ସିଷ୍ଟମ, ଜାତୀୟ ରାଜପଥ ମନ୍ତ୍ରାଳୟର ସୂଚନା

Fastag
Courtesy: www.newsstate.com

ନୂଆଦିଲ୍ଲୀ: ଟୋଲ ପ୍ଲାଜାରେ ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ଏବଂ ଟୋଲ ଟ୍ୟାକ୍ସକୁ ଅତି ସହଜ କରିବା ପାଇଁ ଫାଷ୍ଟ୍ୟାଗ ସିଷ୍ଟମ ରବିବାର-ସୋମବାର ମଧ୍ୟରାତ୍ରୀରୁ ଲାଗୁ ହୋଇଯିବ । ଜାତୀୟ ରାଜପଥର ଟୋଲ‌୍‌ ଗେଟ୍ ଗୁଡ଼ିକରେ ଫାସ୍‌ଟ୍ୟାଗ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ସମୟ ସୀମାକୁ ପୁଣି କେନ୍ଦ୍ର ସରକାର ବଢ଼ାଇଛନ୍ତି । ଜାତୀୟ ରାଜପଥର ସମସ୍ତ ଟୋଲ ପ୍ଲାଜା ଲେନ୍‌କୁ ଡିସେମ୍ବର ୧ ତାରିଖରୁ ଫାସଟ୍ୟାଗ୍ ଲେନ୍‌ରେ ପରିଣତ କରିବା ଲାଗି ସରକାର ଘୋଷଣା କରିଥିଲେ। କିନ୍ତୁ ପରେ ଏହାକୁ ଡିସେମ୍ବର ୧୫କୁ ଘୁଞ୍ଚାଯାଇଥିଲା। ତେବେ ଏବେ ପୁଣି ମାସେ କୋହଳ ହୋଇଛି। ଦେଶରେ ଫାସଟ୍ୟାଗ୍ ଷ୍ଟିକର ଅଭାବ ଥିବା କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ ଦ୍ୱାରା ଶନିବାର ଏସଂପର୍କିତ ଏକ ବିଜ୍ଞପ୍ତି ଜାରି ହୋଇଛି ।

ଏହି ସମୟ ମଧ୍ୟରେ ଟୋଲ ପ୍ଲାଜାର ୨୫% ଲେନ୍‌କୁ ଅସ୍ଥାୟୀ ଭାବେ ହାଇବ୍ରିଡ୍‌ ଲେନ୍‌ରେ ପରିଣତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ଫଳରେ ଏହି ଲେନ୍‌ରେ ଉଭୟ ଫାଷ୍ଟଟ୍ୟାଗ୍ ସମେତ ଅନ୍ୟ ପେମେଣ୍ଟ୍ ବ୍ୟବସ୍ଥା କାର‌୍ୟ୍ୟକାରୀ ହେବ। ଟୋଲ ପ୍ଲାଜାରେ ଗାଡ଼ିର ଭିଡ଼କୁ ଦୃଷ୍ଟିରେ ରଖି୨୫ ପ୍ରତିଶତ ଫାସଟ୍ୟାଗ୍ ଲେନକୁ ହାଇବ୍ରିଡ୍ ଲେନରେ ପରିଣତ କରାଯାଇ ପାରିବ। ଫାସଟ୍ୟାଗ୍ ଲେନ୍ ଯେଭଳି ୭୫ ପ୍ରତିଶତରୁ କମ୍ ନହୁଏ ତାହାକୁ ନିଶ୍ଚିତ କରିବା ଲାଗି କୁହାଯାଇଛି। ଲୋକେ ଯେଭଳି ଅସୁବିଧାରେ ନପଡ଼ିବେ ତାହାକୁ ଦୃଷ୍ଟିରେ ରଖି ୩୦ ଦିନ ପାଇଁ ଏହି ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି।

ନ୍ୟାସନାଲ ଇଲେକଟ୍ରୋନିକ ଟୋଲ କଲେକଶନ ସଡ଼କ ପରିବହନ ଏବଂ ଜାତୀୟ ରାଜପଥର ଏକ ଫ୍ଲଗଶିପ କାର୍ଯ୍ୟକ୍ରମ ଅଟେ । ଏହାରି ମାଧ୍ୟମରେ ଟ୍ରାଫିକ ମୁଭମେଣ୍ଟକୁ ସହଜ କରିବା ଏବଂ ରେଡିଓ ଫ୍ରିକ୍ୟୁଏନ୍ସ ଆଇଡେଣ୍ଟିଫିକେଶନ ଟେକ୍ନୋଲୋଜୀ ମାଧ୍ୟମରେ ଟୋଲ ଆଦାୟ କରାଯାଇଥାଏ ।

ଫାଷ୍ଟ୍ୟାଗକୁ ସାର୍ଟିଫାଇଡ ବ୍ୟାଙ୍କ ଜାରି କରିଥାଏ ଏବଂ ଏହାର ଅଧିକ ରାଶି ୧୦୦ ଟଙ୍କା ହୋଇପାରେ, ଯାହାକୁ ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ ଇଣ୍ଡିଆ (ଏନପିସିଆଇ) ଧାର୍ଯ୍ୟ କରିଥାଏ । ମାତ୍ର ଟ୍ୟାଗ ଜାରି କରିବା ବାସ୍ତବିକ ଦର ବ୍ୟାଙ୍କ ନିଷ୍ପତ୍ତି ନେଇଥାଏ ଏବଂ ଭିନ୍ନ ଭିନ୍ନ ବ୍ୟାଙ୍କରେ ଏହାର ଦର ଅଲଗା ହୋଇପାରେ ।ଉଦାହରଣ ସ୍ୱରୂପ ଏଚଡିଏଫସି ବ୍ୟାଙ୍କ କୌଣସି କାର ପାଇଁ ଫାଷ୍ଟ୍ୟାଗକୁ ଏଭଳି ଭାବେ ୪୦୦ ଟଙ୍କାରେ ବିକ୍ରି କରିପାରେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top