X
Breaking News
ଦେଶ

ଅଭିନନ୍ଦନଙ୍କ ଡିବ୍ରିଫିଂ ଶେଷ, ଏହି ପରୀକ୍ଷା ପରେ ଉଡ଼ାଇବେ ଫାଇଟର୍‌ ଜେଟ୍‌ !

abhinandan

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ଏୟାରଫୋର୍ସର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଡିବ୍ରିଫି ବା ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ନିଜର ଅଦମ୍ୟ ପରାକ୍ରମ ପାଇଁ ଅଭିନନ୍ଦନଙ୍କ ନାଁ ଦେଶ ତଥା ବିଶ୍ୱରେ ଚର୍ଚ୍ଚା ହେଉଛି ।

ତେବେ ନିଜର ଉପସ୍ଥିତ ବୁଦ୍ଧି ଏବଂ ବୀରତ୍ୱ ପାଇଁ ପାକିସ୍ତାନର ଏଫ୍‌ ୧୬କୁ ଧ୍ୱଂସ କରିବା ସହ ଭାରତ ସୁରକ୍ଷିତ ଫେରିଥିଲେ ଅଭିନନ୍ଦନ । ଭାରତ ଫେରିବା ପରେ ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେ । ତେବେ ନିୟମ ଅନୁଯାୟୀ ତାଙ୍କର ଯାଞ୍ଚ ପ୍ରକ୍ରିୟା ହେବାର ଥିଲା । ତାହା ଏବେ ସମ୍ପୂର୍ଣ୍ଣ ହୋଇଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଅଭିନନ୍ଦନ ଏବେ ଛୁଟିରେ ରହିବେ ।

ଛୁଟିରୁ ଫେରିବା ପରେ ମେଡିକାଲ ରିଭ୍ୟୁ ବୋର୍ଡ ଅଭିନନ୍ଦନଙ୍କ ଫିଟ୍‌ନେସ୍‌ ଚେକ୍‌ କରିବ । ପରେ ଅଭିନନ୍ଦନ ପୁଣିଥରେ ଫଇଟର ଜେଯ୍‌ର ପାଇଲଟ୍‌ ଭାବେ କାର୍ଯ୍ୟ କରିପାରିବେ କି ନାହିଁ ତାହା ସ୍ପଷ୍ଟ ହେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top