X
Breaking News
ମନୋରଞ୍ଜନ

ବିବାହ କରିବେ କି ନାହିଁ ଜଣାନାହିଁ କିନ୍ତୁ ବାପା ହେବେ ସଲମାନ !

salman khan

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଭାଇଜାନ୍‌ ମୋଷ୍ଟ ଏଲିଜିବଲ୍‌ ବେଚଲର୍‌ ଭାବେ ବେଶ ଜଣାଶୁଣା  । ଦବଙ୍ଗ ବୟ ସଲମାନ ଖାନଙ୍କ ବିବାହକୁ ନେଇ ଚର୍ଚ୍ଚା ସବୁବେଳେ ଚାଲେ । 53 ବର୍ଷୀୟ ସଲମାନଙ୍କ ବିବାହ ଦେଖିବାକୁ ଫ୍ୟାନମାନେ ଚାତକ ପରି ଚାହିଁ ରହିଛନ୍ତି । ବିବାହକୁ ନେଇ ଗୋଳମାଳିଆ ମନ୍ତବ୍ୟ ଦେଇ ଖସିଯିବାକୁ ଚାହୁଁଥିବା ସଲମାନ ବାପା ହେବାକୁ ଇଚ୍ଛା ରଖିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସରୋଗେସି ମାଧ୍ୟମରେ ପିତା ହେବାକୁ ଚାହୁଁଛନ୍ତି ସଲମାନ୍‌ । ଛୋଟ ପିଲାମାନଙ୍କ ପ୍ରତି ସଲମାନଙ୍କ ଭଲ ପାଇବା ସମସ୍ତେ ଦେଖିଛନ୍ତି । ତେବେ ସଲମାନଙ୍କ ଏହି ଇଚ୍ଛା ପୂରଣ ହେବା ଅସମ୍ଭବ ନୁହେଁ । କାରଣ ପୂର୍ବରୁ ଅମିର ଖାନ, କରଣ ଜୋହର, ଶାହରୁଖ ଖାନ, ତୁଷାର କପୁରଙ୍କ ଭଳି ଅଭିନେତା ସରୋଗସି ମାଧ୍ୟମରେ ବାପା ହୋଇଛନ୍ତି । ନିକଟରେ ଏକତା କପୁର ମଧ୍ୟ ସରୋଗେସି ମାଧ୍ୟମରେ  ଦୀର୍ଘ ବର୍ଷ ପରେ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି ।

ପୂର୍ବରୁ ସଲମାନ ଏକ ଇଣ୍ଟରଭ୍ୟୁରେ କହିଥିଲେ, ‘ମୁଁ ବହୁତ ଭଲ ପୁଅ ଏବଂ ଜଣେ ଭଲ ବାପା ହୋଇପାରିବି । କିନ୍ତୁ ଜଣେ ଭଲ ସ୍ୱାମୀ ହୋଇପାରିବିନି ।’ ସଙ୍ଗୀତା ବିଜଲାନୀ, ସୋମି ଅଲ୍ଲୀ, କ୍ୟାଟ୍ରିନା କୈଫ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସହ ରିଲେସନରେ ଥିଲେ ସଲମାନ । ତେବେ ସଲମାନଙ୍କ ବିବାହ ନକରି ବାପା ହେବାର ସ୍ୱପ୍ନ କେବେ ପୂରା ହେବ ତାହା ଦେଖିବାକୁ ବାକି ରହିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top