ଦେଶ

ବେଆଇନ୍ ଭାବେ ରେଳ ଧାରଣା ଅତିକ୍ରମ ନକରିବାକୁ ସୋସିଆଲ ମିଡିଆରେ ନିଆରା ଢଙ୍ଗରେ ରେଳ ବିଭାଗର ଅପିଲ୍

Railway

ନୂଆଦିଲ୍ଲୀ: ପ୍ରାୟ ପ୍ରତିଦିନ ରେଲଓ୍ୱେ ଟ୍ରାକ୍‌ରେ ଦୁର୍ଘଟଣା ଘଟି ଲୋକ ଜୀବନ ଯାଉଥିବା ଖବର ଗଣମାଧ୍ୟମ ଜରିଆରେ ସାମ୍ନାକୁ ଆସୁଛି । ସତର୍କତା ଅଭାବରୁ ହେଉ ବା ଆତ୍ମହତ୍ୟା ଉଦ୍ଦେଶ୍ୟରେ, ଟ୍ରେନ୍ ଲାଇନ୍‌ରେ ଜୀବନ ଯିବା ଯେପରି ନିୟମିତ ହୋଇଗଲାଣି ।

ତେବେ ନିୟମିତ ଭାବେ ହେଉଥିବା ଟ୍ରେନ ଲାଇନ୍‌ରେ ଦୁର୍ଘଟଣାକୁ ରୋକିବା ନେଇ ଲୋକଙ୍କୁ ସଚେତନ କରିବାକୁ ରେଳ ମନ୍ତ୍ରାଳୟ ନେଇଛି ଏକ ପଦକ୍ଷେପ । ସୋସିଆଲ ମିଡିଆରେ ମନ୍ତ୍ରାଳୟ ପକ୍ଷରୁ ନିଆରା ଢଙ୍ଗରେ ଏକ ସଚେତନତା ବାର୍ତ୍ତା ସେୟାର କରାଯାଇଛି । ଏଥିରେ ଲେଖାଅଛି, “ଯେବେ ଟ୍ରେନ୍ ଆପଣଙ୍କ ରାସ୍ତାକୁ ଯାଉନି, ତେବେ ଆପଣ କାହିଁକି ଆସୁଛନ୍ତି ଟ୍ରେନ୍ ରାସ୍ତାକୁ ।”

ଟ୍ରେନ୍ ଲାଇନ୍‌ରେ ଦୁର୍ଘଟଣା ରୋକିବାକୁ ଏଭଳି ଏକ ନିଆରା ପ୍ରୟାସ କରିଛି ରେଳ ମନ୍ତ୍ରାଳୟ । ଏଭଳି ବାର୍ତ୍ତାକୁ ସେୟାର କରିବା ସହ କ୍ୟାପସନ୍‌ରେ ଲେଖାଯାଇଛି, ରେଳ ଧାରଣାରେ ବେଆଇନ୍ ଭାବେ ଯିବା ଆସିବା କରିବା ଭୟଙ୍କର ହୋଇପାରେ । ଏହା ଆଇନଗତ ଅପରାଧ । ଦୟାକରି ପୋଲ, ସବ୍‌ ଓ୍ୱେ, ଲିଫ୍‌ଟ ବା ଏକ୍ସାଲେଟର୍ସର ବ୍ୟବହାର କରନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top