X
Breaking News
ଟିଭି

ସୋନୁଙ୍କ କ୍ରୋଧ: ଶୋକ କରନି, ବିଜେପି-ଆରଏସ୍‌ଏସ୍‌ ଶୋକ କରିବ…

Sonu nigam

ମୁମ୍ୱାଇ: ପୁଲଓ୍ୱାମା ଆତଙ୍କୀ ଆକ୍ରମଣ ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି । ତେବେ ଏଭଳି ଏକ ସମ୍ୱେଦନଶୀଳ ଘଟଣା ନେଇ ବଲିଉଡରୁ ମଧ୍ୟ ତାରକାମାନେ ନିଜ ପ୍ରତିକ୍ରିୟା ରଖି ଦୁଃଖ ପ୍ରକାଶ ତଥା ତୀବ୍ର ନିନ୍ଦା କରୁଛନ୍ତି । ଏହିକ୍ରମରେ ଅତି ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ  ସୋନୁ କାହାରି ନାଁ ନଧରି କିଛି ଲୋକଙ୍କୁ ଟାର୍ଗେଟ୍ କରିଛନ୍ତି । ଏହାସହ କ୍ରୋଧରେ ନିଜର ପ୍ରତିକ୍ରିୟା ବ୍ୟକ୍ତ ମଧ୍ୟ କରିଛନ୍ତି ସୋନୁ ନିଗମ୍ ।

ଅତୀତର କିଛି ଘଟଣା ଏବଂ ବୟାନବାଜୀକୁ ମନେ ପକାଇ ବର୍ତ୍ତମାନର ଏହି ଭୟଙ୍କର ଆତଙ୍କୀ ଆକ୍ରମଣକ ସହ ତାକୁ ସଂଯୋଗ କରି ସୋନୁ ନିଗମ୍ ଏକ ଭିଡିଓ ସେୟାର କରିଛନ୍ତି ।

ସୋନୁଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ମାଧ୍ୟମରେ ସୋନୁ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ପଚାରିଛନ୍ତି ଯେ, “ସେମାନେ ଅନୁତାପ କାହିଁକି କରୁଛନ୍ତି? ଭାରତକୁ ଖଣ୍ଡ ବିଖଣ୍ଡ କରିବା କଥା ତ ଧର୍ମ ନିରପେକ୍ଷର କଥା । ଶୁଣୁଛି ଲୋକ ହଙ୍ଗାମା କରୁଛନ୍ତି । କିଛି ସିଆରପିଏଫ୍‌ର ଲୋକ ମରିଗଲେ ବୋଲି ଦୁଃଖ ପ୍ରକାଶ କରୁଛନ୍ତି  । 44ଜଣ ଲୋକ ଥିଲେ । ଏବେ ସେ 44 ହୁଅନ୍ତୁ ବା 440, ଆପଣ କାହିଁକି ଦୁଃଖ ପ୍ରକାଶ କରୁଛନ୍ତି । ଏଥିରେ ଦୁଃଖ କରିବାର କଣ ବିଷୟ ଅଛି । ଆପଣ ତାହା କରନ୍ତୁ, ଯାହା ଏ ଦେଶରେ ଠିକ୍ । ଦୁଃଖ ମନାଇବା ବିଜେପି, ଆରଏସ୍ଏସ୍, ହିନ୍ଦୁତ୍ୱବାଦୀ, ରାଷ୍ଟ୍ରବାଦୀଙ୍କ ଉପରେ ଛାଡିଦିଅନ୍ତୁ । “

Click to comment

Leave a Reply

Your email address will not be published. Required fields are marked *

Most Popular

To Top