X
Breaking News
ଦେଶ

ଜୋର୍‌ ଧରିଲା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବା ଦାବି

jyotiraditya scindia

ଭୋପାଲ: କଂଗ୍ରେସ ଅଧ୍ୟକ୍ଷ ପଦକୁ  ନେଇ ରାଜନୈତିକ ମାହୋଲ ସରଗରମ୍ ରହିଛି । ରାହୁଲଙ୍କ ପରେ କିଏ ଧରିବ କଂଗ୍ରେସ ମଙ୍ଗ ? ସମସ୍ତଙ୍କର ଏହି ଗୋଟିଏ ପ୍ରଶ୍ନ । ଅନ୍ୟପଟେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବାକୁ ଦାବି ଜୋର୍‌ ଧରିଲାଣି । ଗତକାଲି ସେ କଂଗ୍ରେସ ମହାସଚିବ ପଦରୁ ଇସ୍ତଫା ଦେଇଛନ୍ତି ।

ମଧ୍ୟ ପ୍ରଦେଶରେ ବିଭିନ୍ନ ସ୍ଥାନରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବାକୁ ସମର୍ଥକଙ୍କ ଦାବି ଜୋର୍ ଧରିଛି । ଏନେଇ ପୋଷ୍ଟର୍‌ ଛାଇ ଯାଇଛି । ଭୋପାଳରେ ଥିବା ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ସିନ୍ଧିଆଙ୍କୁ ଏଆଇସିସି ଅଧ୍ୟକ୍ଷ କରିବାକୁ ପୋଷ୍ଟର ଜରିଆରେ ତାଙ୍କ ସମର୍ଥକମାନେ ଦାବି କରିଛନ୍ତି ।

ତେବେ ଲୋକସଭା ନିର୍ବାଚନରେ ଦଳର ପରାଜୟ ପାଇଁ ନିଜକୁ ଦୋଷ ଦେଇ ନୈତିକତା ଦୃଷ୍ଟିରୁ ସେ ପଦ ତ୍ୟାଗ କରିଚନ୍ତି । କେବଳ ସିନ୍ଧିଆ ନୁହେଁ ନିର୍ବାଚନ ପରେ ଦଳର ବିଭିନ୍ନ ଉଚ୍ଚ ପଦରେ ଥିବା ବରିଷ୍ଠ ନେତାମାନେ ଇସ୍ତଫା ଦେଇସାରିଛନ୍ତି ।

ସେପଟେ ଅଧ୍ୟକ୍ଷ ପଦ ପାଇଁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଛି । ରାହୁଲଙ୍କ ସ୍ଥାନରେ ପାଇଲଟ୍‌ଙ୍କୁ ଦାୟିତ୍ୱ ମିଳିବ ବୋଲି କୁହାଯାଉଛି । ତେବେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଏ ଯାଏଁ ତାହା ଗ୍ରହଣ କରାଯାଇ ନାହିଁ । କିନ୍ତୁ ତାଙ୍କ ଜିଦ୍‌କୁ ଦେଖି ଦଳ ବିକଳ୍ପ ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top