ଦେଶ

ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ସୁସ୍ଥ ହୋଇ ଫେରିଲେ ମଣିରତ୍ନମ୍

Mani Ratnam

ନୂଆଦିଲ୍ଲୀ: ଲୋକପ୍ରିୟ ଫିଲ୍ମମେକର ମଣିରତ୍ନମ୍‌ଙ୍କୁ ନେଇ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମଣିରତ୍ନମ୍ । ତେବେ ବର୍ତ୍ତମାନ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଯାଇଛନ୍ତି । ସୂତ୍ର ଅନୁସାରେ  ହୃଦରୋଗ ଜନିତ ସମସ୍ୟା ଯୋଗୁଁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ମଣିରତ୍ନମ୍‌ଙ୍କୁ ଭର୍ତ୍ତି କରାଯାଇଥିଲା ।

ପ୍ରକାଶ ଯେ, ଟ୍ୱିଟର ଜରିଆରେ ମଣିରତ୍ନମ୍‌ଙ୍କ ଖରାପ ସ୍ୱାସ୍ଥ୍ୟ ଖବର ସାମ୍ନାକୁ ଆସିଥିଲା । ଜଣେ ୟୁଜର ଏନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ । ସୂଚନା ଅନୁସାରେ, ମଣିରତ୍ନମ୍ କଶ୍ମୀରର ଶ୍ରୀନଗର ଏବଂ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଯାଇଥିଲେ । ସେହି ସମୟରେ ତାଙ୍କର ହୃଦରୋଗଜନିତ ସମସ୍ୟା ଦେଖା ଦେଇଥିଲା । ଏନେଇ ତାଙ୍କୁ ପ୍ରଥମେ ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ବର୍ତ୍ତମାନ ସେ ସୁସ୍ଥ ହୋଇ ଫେରିଆସିଥିବା ଖବର ମିଳିଛି ।

ମଣିରତ୍ନମ୍ ଇରୁଭରୁ, ଦିଲ୍ ସେ, ଗୁରୁ, ୟୁବା ଆଦି ଲୋକପ୍ରିୟ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି । ହିନ୍ଦି ଚଳଚ୍ଚିତ୍ର ସହ ଦକ୍ଷିଣ ଭାରତୀୟ ସିନେମାରେ ମଧ୍ୟ ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଇ ମଣିରତ୍ନମ୍ ଲୋକପ୍ରିୟତା ହାସିଲ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top