X
Breaking News
ଦେଶ

ସୋମବାର ରାଜରାସ୍ତାକୁ ଓହ୍ଲାଇବେ ସାରା ଦେଶର ଡାକ୍ତର, କର୍ମକ୍ଷେତ୍ରରେ ସୁରକ୍ଷା ମୁଖ୍ୟ ଦାବି

doctors strike

ନୂଆଦିଲ୍ଲୀ: କୋଲକାତାରେ ଡାକ୍ତରଙ୍କୁ  ଆକ୍ରମଣ ଘଟାଣା ନେଇ ସାରା ଦେଶରୁ ପ୍ରତିକ୍ରିୟା ଓ ବିକ୍ଷୋଭର ସ୍ୱର ଉଠିଛି । ଡାକ୍ତରଙ୍କ ଉପରେ ଆକ୍ରମଣକୁ ଘୋର ପ୍ରତିବାଦ କରିବା ସହିତ ପଶ୍ଚିମବଙ୍ଗ ଡାକ୍ତରଙ୍କ ଧର୍ମଘଟକୁ ସମର୍ଥନ ଜଣାଇ ଏବେ ସାରା ଦେଶର ଡାକ୍ତର ଏକାଠି ହୋଇଛନ୍ତି । ଆସନ୍ତା ସୋମବାର ଅର୍ଥାତ୍ ଜୁନ 17ରେ ଏନେଇ ସାରା ଦେଶର ଡାକ୍ତର ମିଳିତ ଭାବରେ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି ।

କୋଲକାତାରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ସାରା ଦେଶକୁ ଚକିତ କରିଛି । ଏନେଇ ଦିଲ୍ଲୀ ଏମ୍ସ୍‌ ଡାକ୍ତର ସଂଘ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ମଧ୍ୟ ଭେଟିଛନ୍ତି । ଏହାସହ ଆସନ୍ତା 17ରେ ଦେଶ ସାରା ଡାକ୍ତର କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ । କର୍ମକ୍ଷେତ୍ରରେ ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ମୁମ୍ୱାଇ, ଦିଲ୍ଲୀ ଓ ଭୁବନେଶ୍ୱର ସମେତ ସାରା ଦେଶର ଡାକ୍ତର ରାଜରାସ୍ତାକୁ ଓହ୍ଲାଇବେ । ଏଥିରେ ଓଡ଼ିଶାର ମଧ୍ୟ ଡାକ୍ତର ଓ ମେଡିକାଲ ଛାତ୍ରଛାତ୍ରୀ ସାମିଲ ହେବା ନେଇ ସୂଚନା ରହିଛି ।

ପ୍ରକାଶ ଥାଉ କି, ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଏନଆରଏସ୍‌ ମେଡିକାଲ କଲେଜରେ ଦୁଇ ଜଣ ଜୁନିୟର ଡାକ୍ତରଙ୍କୁ ନିର୍ମମ ଭାବେ ମାଡ଼ ମାରିବା ଘଟଣା ସାରା ଦେଶକୁ ଚକିତ କରିଛି । ଅନେକ ରାଜ୍ୟରେ ବଡ଼ ସଂଖ୍ୟାରେ ଡାକ୍ତର ହଡ଼ତାଳରେ ସାମିଲ ହୋଇଛନ୍ତି । ଡାକ୍ତରଙ୍କ ଏହି ହଡ଼ତାଳ ଫଳରେ ମୁମ୍ବାଇ, କୋଲକାତା, ନାଗପୁର, ପାଟନା, ହାଇଦ୍ରାବାଦ, ବାରଣାସୀ ସମେତ ଅନେକ ସହରର ସ୍ଵାସ୍ଥ୍ୟସେବା ଠପ୍ ହୋଇ ପଡିଛି । କେବଳ ଏତିକି ନୁହେଁ ପଶ୍ଚିମବଙ୍ଗରେ ୪୩ ଡାକ୍ତର ସାମୂହିକ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେଉଥିବା ଡାକ୍ତରଙ୍କ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି ।

ଅନ୍ୟପଟେ କୋଲକାତା ହାଇକୋର୍ଟ ଏହି ମାମଲାରେ ମମତା ସରକାରଙ୍କୁ ତାଗିଦ୍ କରି କହିଛନ୍ତି ଯେ, ସେ ଡାକ୍ତରଙ୍କ ସହିତ ଆଲୋଚନା କରି ମାମଲାକୁ ସମାଧାନ କରିବାକୁ କଣ ପାଇଁ ଉଦ୍ୟମ କଲେ ନାହିଁ । ଏହା ସହିତ ଉଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି ଯେ, ତାଙ୍କ ସରକାର ଏପର୍ଯ୍ୟନ୍ତ ଡାକ୍ତରଙ୍କ ସୁରକ୍ଷା ପାଇଁ କଣ ପଦକ୍ଷେପ ନେଇଛନ୍ତି । ପଶ୍ଚିମବଙ୍ଗ ସରକାରଙ୍କୁ ନ୍ୟାୟାଳୟର ପ୍ରଶ୍ନର ଉତ୍ତର ଦେବାକୁ ଏକ ସପ୍ତାହ ସମୟ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top