X
Breaking News
ଟିଭି

ଓଡ଼ିଶୀ ନୃତ୍ୟ କରି ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଦୀପିକା

Deepika singh

ଭୁବନେଶ୍ୱର: ଓଡ଼ିଶୀ ନ଼ୃତ୍ୟ କରି ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଦୀପିକା । ନିଜ ଦମଦାର ଅଭିନୟରେ ଦର୍ଶକଙ୍କ ମନ କିଣି ସାରିଥିବା ଟିଭି ଆକ୍ଟ୍ରେସ ଦୀପିକା ସିଂ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ତାଙ୍କୁ ଓଡ଼ିଶୀ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ତେବେ ଦୀପିକାଙ୍କ ଏହି ଭିଡିଓକୁ ନେଇ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି । ଅନ୍ୟପଟେ ଦୀପିକା ମଧ୍ୟ ଟ୍ରୋଲର୍ସଙ୍କୁ ଜବାବ୍ ଦେଇଛନ୍ତି ।

ସୂଚନା ଯେ, ଦୀପିକା ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା । ପାଞ୍ଚ ବର୍ଷ ହେଲା ସେ ଓଡ଼ିଶୀ ଡ୍ୟାନ୍ସ ଅଭ୍ୟାସ କରୁଛନ୍ତି । ତେବେ ଓଡ଼ିଶୀ ନୃତ୍ୟାଭ୍ୟାସ କରୁଥିବା ଏକ ଭିଡିଓ ଦୀପିକା ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଏନେଇ କିଛି ୟୁଜର୍‌ ଏହି ଡ୍ୟାନ୍ସକୁ ପସନ୍ଦ କରିଥିବା ବେଳେ ଆଉ କିଛି ୟୁଜର୍‌ଙ୍କୁ ଏହା ପସନ୍ଦ ଆସିନାହିଁ । ଜଣେ ୟୁଜର୍‌ ଲେଖିଛନ୍ତି, ‘ବହୁତ୍‌ ଭୟାନକ ଡ୍ୟାନ୍ସ କରୁଛନ୍ତି । 15 ବର୍ଷ ଯାଏଁ ଓଡ଼ିଶୀର ବେସିକ୍‌ ଜିନିଷ ଶିଖନ୍ତୁ । ଏହା ପରେ ଡ୍ୟାନ୍ସ କରିବାକୁ ଚେଷ୍ଟା କରନ୍ତୁ । ଆଉ ଜଣେ ୟୁଜର୍‌ ଲେଖିଛନ୍ତି ଯେ, ଦୟାକରି ଆପଣ ଏହି ମହାନ କଳାର ଅପମାନ କରନ୍ତୁ ନାହିଁ’।

 

View this post on Instagram

 

Thankyou for all the love for Kawach Mahashivratri ❤️😘@aakansha_kapoor

A post shared by Deepika Singh Goyal (@deepikasingh150) on

ଏଭଳି ଟ୍ରୋଲ କରାଯିବା ପରେ ଦୀପିକା ମଧ୍ୟ ଟ୍ରୋଲର୍ସଙ୍କୁ ଦେଇଛନ୍ତି ଜବାବ୍ । ସେ କହିଛନ୍ତି, ଆପଣଙ୍କର ବହୁମୁଲ୍ୟ ପ୍ରତିକ୍ରିୟା ପାଇଁ ଅଭିନନ୍ଦନ । କିନ୍ତୁ ମୁଁ ବିଗତ ପାଞ୍ଚ ବର୍ଷ ଧରି ଓଡ଼ିଶୀ ନୃତ୍ୟ କଳାର ଆସ୍ଥାନ ଏବଂ ପୂଜା କରି ଆସୁଛି । ଅଭ୍ୟାସ ମନୂଷ୍ୟକୁ ସମ୍ପୂର୍ଣ୍ଣ କରେ । ଏଥିପାଇଁ ମୁଁ ଭିଡିଓ ପୋଷ୍ଟ କରିବା ସମୟରେ ଲେଖିଥିଲି ଯେ, ଏହା ଅଭ୍ୟାସ ଭିଡିଓ। ଆଶା କରୁଛି ଯେ, ଆପଣଙ୍କ ଦିନ ଶୁଭ ହେଉ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top